Odiapua.com

ସେନାଙ୍କ ଗାଡ଼ିକୁ ଟାର୍ଗେଟ କଲେ ଆତଙ୍କବାଦୀ

ଶ୍ରୀନଗର, ୨ /୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀରର ପୁଲୱାମାରେ ପୁଣି ସେନାଙ୍କ ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ସୋପିୟା ଜିଲ୍ଲାରେ ଆଇଡି ବିସ୍ଫୋରଣ ଦ୍ବାରା ସେନାଙ୍କୁ ଟାଗେର୍ଟ କରିଥିଲେ ଆତଙ୍କବାଦୀ।

 

ମାତ୍ର ଏହି ବିସ୍ଫୋରଣ ଫଳରେ କେବଳ ଗାଡିର କାଚ ଭାଙ୍ଗିଛି। ଅନ୍ୟ କିଛି କ୍ଷତି ହୋଇନଥିବା ଜଣାପଡିଛି। ତେବେ ପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ ଯବାନ୍ ସହିଦ ହୋଇଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳରେ ସେନାଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି।