Odiapua.com

ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ହାଟଡ଼ିହି, ୨୯ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତକାଲି ଆନନ୍ଦପୁର ବ୍ଲକ ଦୁଡୁଗାଁ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ଥ ପରିବାରଙ୍କୁ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଗତକାଲି ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବସ୍ୱ ହରାଇ ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଥିବାବେଳେ ଅନ୍ୟ କିଛିି ପରିବାର କ୍ଷତିଗ୍ରସ୍ଥ ହୋଇଛନ୍ତି । ଅଗ୍ନିକାଣ୍ଡ ଖବରପାଇ ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ତଥା ସଭାପତି ଉଦୟନାଥ କର ଆଜି ସକାଳେ ଦୁଡୁଗାଁ ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଲୁଗାପଟା, ଛୋଟ ଛୋଟ ପିଲାଙ୍କ ପାଇଁ ପ୍ୟାଣ୍ଟ ସାର୍ଟ, ଚୁଡା, ବିସ୍କୁଟ ଆଦି ପ୍ରଦାନ କରିବାସହ ସେମାନଙ୍କୁ ସମବେଦନା ଜଣାଇଥିଲେ ।