Odiapua.com

ସେଣ୍ଟ ଜାଭିୟର ହାଇସ୍କୁଲରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ହାଟଡିହି-୩/୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚଣ୍ଡୀବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ହାଟଡିହି ବ୍ଲକ ‘ସକ୍ଷମ ସଂଘ’ର ସଭାପତି ତଥା ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିନୋଦ ବିହାରୀ ଜେନା, ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲଖ ସାହୁ ପ୍ରମୁଖ ଯୋଗଦେଇ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନର ତାତ୍ପର‌୍ୟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ରଞ୍ଜନ କୁମାର ପଣ୍ଡା, ସୁକାନ୍ତ ସେନାପତି, ନୃଷିହଂ ଚରଣ ଜେନା, ନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ମାନସ କୁମାର ନାୟକ, ପୁର୍ଣ୍ଣିମା ଜେନା, ଉଷାରାଣୀ ପରିଡା ପ୍ରମୁଖ ଦିବ୍ୟାଙ୍ଗ ମାନେ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋକପାତ କରିôତଲେ । ଏହି ଅବସରରେ ଦିବ୍ୟାଙ୍ଗ ମାନଙ୍କୁ ମାନପତ୍ର ସହ ଉପହାର ଦିଆଯାଇ ସେମାନଙ୍କ ଜୀବନଯାତ୍ରାର ସଫଳତା କାମନା କରାଯାଇଥିଲା । ଶେଷରେ ଶିକ୍ଷକ ଚିତ୍ତରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।