Odiapua.com

ସେଡିଂ ବସ୍ତିରେ କ୍ଷତବିକ୍ଷତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ସ୍ୱାମୀ ଅଟକ

ବଡ଼ବିଲ, ତା ୧୯ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେଡିଂ ବସ୍ତିରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ମହିଳା ଜଣଙ୍କ ବାସନ୍ତୀ ନାଏକ(୫୦) ବୋଲି ଜଣାପଡିଛି। ମିଳିଥିବା ଖବର ଅନୁଯାୟୀ ସୋମବାର ପ୍ରାୟ ସନ୍ଧ୍ୟା ୫ଟା ସମୟରେ କୌଣସି ସୂତ୍ରରୁ ସେଡିଂ ବସ୍ତିରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ବାଡେଇ ମାରିଥିବା ଖବର ପୋଲିସ ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହା ଏକ ହତ୍ୟାକାଣ୍ଡ ହୋଇଥିବାର ପୋଲିସ ସନ୍ଦେହ କରି ମହିଳାଙ୍କ ସ୍ୱାମୀ ସୁରେଶ ନାଏକଙ୍କୁ ଥାନାରେ ଅଟକ ରଖିଛି। ଘଟଣାର ତଦନ୍ତ ପରେ ସତ୍ୟସତ୍ୟା ପଦାକୁ ଆସିବ ବୋଲି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।