ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଫେଲୋସିପ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ “ସଖି ୱାନ ଷ୍ଟପ ସେଣ୍ଟର” ତରଫରୁ ମହିଳା ହିଂସା ନିରୋଧ ଦିବସ ଉପଲକ୍ଷେ ୧୬ ଦିନିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟ୍ ଫର ଉଇକର କମ୍ୟୁନିଟ୍ ସଭାଗୃହ ପ୍ରାଙ୍ଗଣରେ ଏକ ସଚେତନତା ସଭା ସେକ୍ସୁଆଲ ହାରାସମେଂଟ ଇଲେକ୍ଟ୍ରୋନିକ ବକ୍ସ ଅର୍ଥାତ ‘ସିବକ୍ସ’ ଓ ମହିଳା ହବ୍ ଏବଂ ସଖି ନିବାସ ଉପରେ ଆଲୋଚନା କରାଯାଇଥିଲା । ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ସଭାକୁ ପରିଚାଳନା କରିଥିବା ବେଳେ ନିମନ୍ତ୍ରିତ ଅତିଥିଭାବେ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଚନ୍ଦ୍ରା ସାହୁ, ଡ଼ି.ସି. ଚାଇଲ୍ଡ ମ୍ୟାରେଜ ପ୍ରଦ୍ୟୁତ ରଞ୍ଜନ ରାଉତ, ଫେଲୋସିପ୍ର ସେକ୍ରେଟାରୀ ଏସ୍.ଏମ୍.ଫାରୁକ, ଆସିଆନା ସେକ୍ରେଟେରୀ ସୋଫିଆ ସେକ୍ ଯୋଗଦାନ କରିଥିଲେ । ଏତଦ୍ବ୍ୟତୀତ ଉକ୍ତ ସଚେତନତା ସଭାରେ ୱାନ୍ଷ୍ଟପ୍ ସେଂଟରର କେନ୍ଦ୍ର ସଂଯୋଜିକା ସମସ୍ତକର୍ମୀ, ଶକ୍ତିସଦନର ସମସ୍ତକର୍ମୀ, ଓପନସେଲଟର ହୋମ୍ର କର୍ମୀ, ଅଙ୍ଗନୱାଡ଼ୀ ୱାର୍କର, ଏମ୍.ଏସ୍.ଡ଼ବ୍ଲ୍ୟୁର ଇଂଟନସିପ୍ ଛାତ୍ରଓଛାତ୍ରୀମାନେ ଉପସ୍ଥିତ ଥିଲେ । ମଂଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଶ୍ରୀମତୀ ଚନ୍ଦ୍ରା ସାହୁ କର୍ମକ୍ଷେତ୍ରରେ ମହିଳାମାନେ ଯୌନ ନିର୍ଯ୍ୟାତନାରେ ଶୀକାର ହେଲେ କିପରି ‘ସି ବକ୍ସ ପୋର୍ଟାଲରେ’ ନିଜର ଅଭିଯୋଗ ଦାଖଲ କରିପାରିବେ ଓ ଆର.ସି.ଡ଼ି.ଏସ୍ର ସମସ୍ତ ୬ଗୋଟି ସେବା, ମହିଳାଟିଏ କିପରି ଗ୍ରାମରୁ ଜାତୀୟସ୍ତର ପର୍ଯ୍ୟନ୍ତ ନିଜେ ସୁଦୃଢ଼ ହୋଇ ପାରିବ ଏବଂ ସ୍ୱାବଲମ୍ବଶୀଳ ହୋଇ ପାରିବ ସେଥିପାଇଁ ମହିଳାହବ୍ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ ବୋଲି ଜଣାଇଥିଲେ । ସର୍ବଶେଷରେ ପୁଷ୍ପାଞ୍ଜଳି ବେହେରା, କେନ୍ଦ୍ର ସଂଯୋଜିକା ୱାନ୍ଷ୍ଟପ ସେଂଟର ଧନ୍ୟବାଦ ଅର୍ପଣ କରିଥିଲେ ।