Odiapua.com

ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କାଲିଠୁ ରାଜ୍ୟରେ ଅଧିକ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) : ଆସନ୍ତାକାଲିଠାରୁ ରାଜ୍ୟରେ ଅଧିକ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
– ସବୁ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ଟିକାକରଣ କେନ୍ଦ୍ର ରହିବ।
– ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ।
– କାଲିଠାରୁ ପ୍ରତି ଟିମରେ ୫ ଜଣ ଭ୍ୟାକ୍ସିନ ଇନଚାର୍ଜ ବଦଳରେ ୬ ଜଣ ରହିବେ।
– ପ୍ରତ୍ୟେକ କେନ୍ଦ୍ରରେ ୨୦୦ ଜଣଙ୍କୁ କୋରୋନା ଟିକା ଦିଆଯିବ।
– ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଲେଖାଏଁ କେନ୍ଦ୍ର ରହିବ।
– ପ୍ରତି କେନ୍ଦ୍ରରେ ୧୦୦ ବା ତାଠାରୁ ଅଧିକ ଲୋକେ ଟିକା ନେଇପାରିବେ।
– ସିଏଚସିରେ ଗୋଟିଏ ଲେଖାଏଁ କେନ୍ଦ୍ର ରହିବ। ଏଠାରେ ୧୦୦ ଜଣ ଟିକା ନେଇପାରିବେ।
ତେବେ, ୭ରୁ ୧୦ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏହି ମାସ ୨୫ ସୁଦ୍ଧା ଡାଟାବେସ୍ ପ୍ରସ୍ତୁତି ଶେଷ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟଯେ, ଗତକାଲି ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ୧୩ ହଜାର ୯୮୦ ଜଣ ଟିକା ନେଇଛନ୍ତି।