Odiapua.com

ସୁ-୩୦ ଏମକେଆଇ ବାୟୁଯାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଆଜି ଆଇଏଏଫ ଏହାର ଆଗଧାଡିର ବାୟୁଯାନ ସୁ-୩୦ ଏମକେଆଇରୁ ସଫଳତାର ସହ ବାୟୁ ମାର୍ଗରେ ଗତି କରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି ବାୟୁଯାନରୁ ସଠିକ ଭାବେ କ୍ଷେପଣାସ୍ତ୍ରକୁ ପ୍ରେରଣ କରାଯାଇଥିଲା ଏବଂ ଏହା ସଠିକ ଦିଗରେ ଗତି କରି ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା। ବାୟୁମାର୍ଗରୁ ସ୍ଥଳଭାଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ହେଉଛି ଏକ ସୁପରସୋନିକ କ୍ରୁଜ ମିସାଇଲ ଓ ଏହାର ଓଜନ ହେଉଛି ୨.୫ ଟନ। ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ହେଉଛି ୩୦୦କିମି ଏବଂ ଏହାର ଡିଜାଇନ ପ୍ରସ୍ତୁତ କରିଛି ବିଏପିଏଲ।

ବିଶ୍ୱର ପ୍ରଥମ ବାୟୁ ସେନା ଭାବେ ଆଇଏଏଏଫ ପୂର୍ବରୁ ୨୦୧୭ ନଭେମ୍ବର ୧୭ ତାରିଖରେ ଏହି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ସମୁଦ୍ର ମଧ୍ୟରେ ସଫଳ ପରୀକ୍ଷଣ କରିଥିଲା। ଆଜି ଏହି କ୍ଷେପଣାସ୍ତ୍ରର ଏହିପରି ଭାବେ ଦ୍ୱିତୀୟ ସଫଳ ପରୀକ୍ଷଣ ଥିଲା। ଏହି କ୍ଷେପଣାସ୍ତ୍ରର ସମନ୍ୱୟ ଏକ ଜଟିଳ ପ୍ରକ୍ରିୟା ଯାହାର ପରୀକ୍ଷଣ ପାଇଁ ବାୟୁଯାନର ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ସପ୍ଟୱେୟାର କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି। ଆରମ୍ଭ ଦିନରୁ ଆଇଏଏଫ ଏହି କାର୍ଯ୍ୟଧାରାରେ ଲାଗିରହିଛି। ଆଇଏଏଫର ଇଂଜିନିୟରମାନେ ବାୟୁଯାନର ସପ୍ଟୱେୟାର ନିର୍ମାଣ କରିଛନ୍ତି ଏବଂ ହାଲର ଇଂଜିନିୟରମାନେ ଏହାର ଯାନ୍ତ୍ରିକ ଓ ବୈଦ୍ୟୁତିକ ନିର୍ମାଣ କରିଛନ୍ତି। ଏପରି ଏକ ଜଟିଳ ସମନ୍ୱୟମୂଳକ ପରୀକ୍ଷଣକୁ ସଫଳ କରିବାରେ ଆଇଏଏଫ, ଡିଆରଡିଓ, ବିଏପିଏଲ ଓ ହାଲର କାର୍ଯ୍ୟକର୍ତାମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦେଶର ସାମର୍ଥ୍ୟକୁ ପ୍ରତିପାଦିତ କରିଛି।

ପରୀକ୍ଷଣ ବେଳେ ରେଞ୍ଜ ସୁରକ୍ଷା ନିଶ୍ଚିତ କରିବା ନେଇ ଭାରତୀୟ ନୌସେନା ବହୁ ସଂଖ୍ୟାରେ ଜାହାଜ ପ୍ରସ୍ତୁତ କରି ରଖିଥିଲେ। ଏହି ସଫଳ ପରୀକ୍ଷଣ ପରେ ସମସ୍ତ ପ୍ରକାରର ପ୍ରତିକୂଳ ପାଣିପାଗ ସତ୍ୱେ ଭାରତୀୟ ବାୟୁସେନା ଦୂର ରେଞ୍ଜରୁ ସମୁଦ୍ର ଓ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିବାରେ ସମର୍ଥ ହେବ। ଏହି କ୍ଷେପଣାସ୍ତ୍ରର ସାମର୍ଥ୍ୟ ଏବଂ ସୁ-୩୦ ଏମକେଆଇ ବାୟୁଯାନର ଚମକ୍ରାର ପ୍ରଦର୍ଶନ ଆଇଏଏଫକୁ ଆବଶ୍ୟକୀୟ ରଣନୈତିକ କ୍ଷମତା ପ୍ରଦାନ କରିଛି।