Odiapua.com

ସୁଲି ଡିଲ୍ସ ଆପର ନିର୍ମାତା ଓଁକାରେଶ୍ୱର ଠାକୁର ଗିରଫ

ନୂଆଦିଲ୍ଲୀ ୯-୧ (ଓଡିଆ ପୁଅ) ଓଁକାରେଶ୍ୱର ଠାକୁର, ସୁଲି ଡିଲ୍ସ ଆପ୍ ନିର୍ମାତାକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଛି। ସେ ଏହି ଆପ୍‌ର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ମୁସଲିମ ମହିଳାମାନଙ୍କୁ ଟ୍ରୋଲ କରିବା ପାଇଁ ସେ ଟ୍ୱିଟରରେ ଟ୍ରେଡ-ଗ୍ରୁପର ସଦସ୍ୟ ଥିଲେ ବୋଲି ଦିଲ୍ଲୀ ପୋଲିସ୍ ଡିସିପି କେପିଏସ୍ ମାଲହୋତ୍ରା, ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପରେସନ୍ସ (ଆଇଏଫଏସଏ), ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ଗତ ବର୍ଷ ଲଞ୍ଚ ହୋଇଥିବା ଏହି ଆପ୍ ‘ସୁଲି ଡିଲ୍’ ମୁସଲମାନ ମହିଳାମାନଙ୍କର ବିନା ଅନୁମତିରେ ଫଟୋଗ୍ରାଫ୍ ବ୍ୟବହାର କରିବା ସହିତ ଏହି ଫଟୋଗ୍ରାଫ୍ସକୁ ଖରାପ ଅର୍ଥରେ ବଦଳାଇ ନିଲାମ କରିବା ପାଇଁ ତାଲିକାଭୁକ୍ତ କରାଯାଉଥିଲା।