Odiapua.com

ସୁରୁକାବାଡ଼ିରେ ଡ୍ରେନ ନଥିବାରୁ ଘରେ ପସୁଛି ପାଣି

ନୟାଗଡ଼ ୧୨/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳର ବହୁବିଧ ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ମାନଙ୍କର ଭୁଲ ଆକଳନ ପାଇଁ ଅନେକ ଗ୍ରାମାଞ୍ଚଳ ଲୋକ ଅସୁବିଧାରେ ପଡୁଛନ୍ତି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସୁରୁକାବାଡି ଠାରୁ ବାପୁଜୀପଲ୍ଲୀ ରାସ୍ତାରେ। ସୁରୁକାବାଡି ଠାରୁ ବାପୁଜୀ ପଲ୍ଲୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ହୋଇଅଛି। ଏବେ ସେହି ରାସ୍ତାକୁ ଉନ୍ନତି କରଣ କରାଯାଇ ଓସାରିଆ କରାଯାଉ ଅଛି।

ଗତ ୨ ଦିନ ଲଘୁଚାପ ଜନିତ ବର୍ଷାରେ ସୁରୁକାବାଡ଼ିର କିଛି ଲୋକଙ୍କ ଘରେ ପାଣି ପଶୁଥିବାର ଅଭିଯୋଗ ହେଉଛି। ଘରଠାରୁ ରାସ୍ତା ଉଚ୍ଚା ଥିଲେ ମଧ୍ୟ ଡ୍ରେନେଜ୍ ବ୍ୟବସ୍ଥା ନାହିଁ। ଯାହାଫଳରେ ରାସ୍ତାପାଣି ଘରେ ପସୁଛି। ବିଭାଗୀୟ ଯନ୍ତ୍ରୀ ରବିନାରାୟଣ ବେହେରା ଏକ ପ୍ରଶ୍ନରେ କୁହନ୍ତି ଯେ ପୁର୍ବରୁ ଗୃହଠାରୁ ରାସ୍ତା ଉଚ୍ଚରେ ଥିଲା। ଏବେ କାର୍ଯ୍ୟ ଚାଲୁଅଛି। ମାତ୍ର ୨ ଶହ ମିଟର ଡ୍ରେନ ପାଇଁ ବ୍ୟବସ୍ଥା ରହିଛି। ଆବଶ୍ୟକ ଅନୁଯାଇ ଡ୍ରେନ ନିର୍ମାଣ କରାଯିବ।