Odiapua.com

ସୁରଟରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ସୁରାଟରେ ରହିଥିବା ୫୦ରୁ ଉର୍ଦ୍ଧ୍ବ ଶ୍ରମିକ ଆଜି ଓଡିଶା ଫେରୁଛନ୍ତି। ଏମାନେ ସମସ୍ତେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଡ଼ରମ୍ପସ ଓ କଲିଗାଁ ପଂଚାୟତର। ଏମାନେ ଏକ ବସ ଯୋଗେ ଘରକୁ ଫେରୁଛନ୍ତି।ସେଠାକାର ଜିଲ୍ଲା ପ୍ରଶାସନ ସେମାନଙ୍କୁ ଫେରିବା ପାଇଁ ଅନୁମତି ଦେବା ପରେ ନିଜେ ବସ ଠିକ କରି ଘରକୁ ଫେରୁଛନ୍ତି। ଏମାନେ ସୁରଟର ପଲଖାନାରେ କାମ କରୁଥିବା ବେଳେ ଲକଡାଉନ ଯୋଗୁ ଫସି ରହିଥିଲେ। ବସଟି ଆସନ୍ତା କାଲି ସୁଦ୍ଧା ହାଟଡ଼ିହିରେ ପହଂଚିବ ବୋଲି ଡମ୍ବରୁଦ୍ଧର ସେନାପତି, ଜଗନ ମହାନ୍ତି, ସନ୍ତୋଷ ସେନାପତି ପ୍ରମୁଖ ଜଣାଇଛନ୍ତି। ସେମାନେ ଫେରିଲେ ସଂଗରୋଧ ଗୃହରେ ରହିବେ ବୋଲି କହିଛନ୍ତି।