Odiapua.com

ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, କୁମ୍ବିଂ ଅପରେସନ ଜାରୀ

ବଲାଙ୍ଗୀର, ୨୭-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି। ଏଥିରେ ଜଣେ ମାଓବାଦୀ ମୃତ ହୋଇଥିବା ଜଣାପଡ଼ିଛି। କୁମ୍ବିଂ ଅପରେସନ ଜାରୀ ରହିଛି।

ସୂଚନା ଅନୁଯାୟୀ, ଜିଲ୍ଲା ର ଖପ୍ରାଖୋଲ ଥାନା ଅଧିନସ୍ଥ ତେଲେନପାଲି ଗ୍ରାମ ପଞ୍ଚାୟତ ଜୁନାନିବାହାଲ ଗ୍ରାମ ନିକଟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ଓ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ, ଅପରାହ୍ନ ସମୟ ରେ ଉଭୟ ପୋଲିସ ଜବାନମାନଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୁମ୍ବି ଅପରେସନ ଜାରି ରଖାଯାଇଛି। ବଲାଙ୍ଗୀର ଜିଲ୍ଲାର ହରିଶଙ୍କର, ଜଙ୍ଗଲ ଅଞ୍ଚଳ, ତୁରେକେଲା ଜଙ୍ଗଲ ଅଞ୍ଚଳରେ ସର୍ବଦା ଚଳ, ଚଞ୍ଚଳ ରହିବା ସହ ଜିଲ୍ଲା ର ଅନ୍ୟ ପ୍ରାନ୍ତୀୟ ଅଞ୍ଚଳ ଗୁଡିକ ରେ ତଥା ବିଭିନ୍ନ ଗ୍ରାମ ଗୁଡିକ ରେ ରହି ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଦୀର୍ଘ ମାସ ଧରି ଜୋରଦାର କରାଯାଇଛି। ବିଭିନ୍ନ ପ୍ରଲୋଭନ ଦେଖାଇ ନୂତନ ଯୁବକ ତଥା ମହିଳା ଙ୍କୁ ସାମିଲ କରାଯିବା ଘଟଣାକୁ ପ୍ରଶାସନ ଅଣ ଦେଖା କରି ଆସୁଥିବା ଅଭିଯୋଗ ହୋଇଆସୁଛି। ଇତି ମଧ୍ୟରେ ଜିଲ୍ଲାର ଗୁଲମୀ ଜଙ୍ଗଲ ରେ ଚାରି ମାଓବାଦୀ ଙ୍କୁ ଉକ୍ତ ଜଙ୍ଗଲ ନିକଟସ୍ଥ ସୁରକ୍ଷା କର୍ମୀ ଗିରଫ କରି ଥିବା ଓ ପ୍ରାୟ ଅନେକ ଦିନ ଧରି ନିଜକୁ ମିଲେଟ୍ରି ଯବାନ ପରିଚୟ ଦେଇ କ୍ୟାମ୍ପ କରିଥିବା ପ୍ରାୟ ୨୦ ଜଣ ଛତ୍ରଭଙ୍ଗ ଦେଇଥିଲେ। ଜଙ୍ଗଲ ବିଭାଗର କର୍ମଚାରୀ ଙ୍କ ସମ୍ପୂର୍ଣ୍ଣ ଜ୍ଞାତ ସାରରେ ଏହି କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଛି ବୋଲି ଅଭିଯୋଗ ହୋଇଅସୁଛି। ସେହିପରି ବିଗତ ଦିନରେ ଉକ୍ତ ଗୁଲମୀ ଜଙ୍ଗଲ ନିକଟସ୍ଥ କେନ୍ଦ୍ର ପ୍ରତିରକ୍ଷା ବିଭାଗର ବଡ଼ମାଲ ଗୋଳା ବାରୁଦ କାରଖାନା ର ସୁରକ୍ଷା କର୍ମଚାରୀ ଗିରଫ ଚାରି ମାଓବାଦୀ ଙ୍କୁ ଗିରଫ ପରେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯାଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି।