Odiapua.com

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପାଇଁ ଆବେଦନ ଆହ୍ବାନ- ନାମାଙ୍କନ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ, ୨୦୨୨

– ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା କରିପାରିବେ ଆବେଦନ
– ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା ଏବଂ ସଂସ୍ଥାକୁ ମିଳିବ ୫୧ ଲକ୍ଷ ଟଙ୍କାର ପୁରସ୍କାର

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଃସ୍ବାର୍ଥ ସେବା ପାଇଁ ଭାରତ ସରକାର ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଦାନ କରି ଆସୁଛନ୍ତି। ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ ପାଇଁ ଆବେଦନ ଆହ୍ବାନ କରାଯାଉଛି। ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ ହୋଇସାରିଥିବା ବେଳେ ଏଥିପାଇଁ ଆବେଦନର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୨ ରଖାଯାଇଛି। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଏହି ପୁରସ୍କାର ପାଇଁ ଚଳିତ ମାସ ୩୧ ତାରିଖ ସୁଦ୍ଧା ପୁରସ୍କାର ପାଇବାକୁ ଆବେଦନ କରିପାରିବେ। ଇଚ୍ଛୁକ ସଂସ୍ଥା ଓ ବ୍ୟକ୍ତି ବିଶେଷ http://awards.gov.in ଏବଂ http://ndma.gov.in ୱେବସାଇଟ୍ରେ ନାମାଙ୍କନ ଦାଖଲ କରିପାରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକ୍ରମେ ସବୁ ବର୍ଷ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର’ ପ୍ରଦାନ କରାଯାଉଛି। ପ୍ରତିବର୍ଷ ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷର ପୁରସ୍କାର ୨୩ ଜାନୁଆରୀ ୨୦୨୩ରେ ପ୍ରଦାନ କରାଯିବ। ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ସ୍ବରୂପ ୫ ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାକୁ ୫୧ ଲକ୍ଷ ଟଙ୍କା ସହିତ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଂସ୍ଥା ଓ ବ୍ୟକ୍ତିବିଶେଷ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ଭାରତ ସରକାରଙ୍କ ୱେବସାଇଟ୍ http://ndma.gov.in କିମ୍ବା http://awards.gov.in ପରିଦର୍ଶନ କରିପାରିବେ।