Odiapua.com

ସୁଭାଷବୋଷ ଇଂଲିସ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା

ଭୁବନେଶ୍ୱର/ଯାଜପୁର୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲିସ୍ଥିତ ସୁଭାଷବୋଷ ଇଂଲିସ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ବଦୁଲ ସମୟ ଖାଁ ଏହାକୁ ଉଦ୍ ଘାଟନ କରିଥିବା ବେଳେ ସଭାପତି ବିଜନ କୁମାର ଧଳ ଅତିଥିଭାବେ ଯୋଗଦେଇଥିଲେ । ଜଳଚକ୍ର. ସଜୀବ ନିର୍ଜ୍ଜିବ, ପଳ ଏବଂ ପନିପରିବା. ଗଛରୁ ଖାଦ୍ୟ ଉତ୍ପାଦନର ପ୍ରଣାଳୀ, ଅଗ୍ନି ଉଦଗିରତା, ସୌର ମଣ୍ଡଳ ଆମ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ପ୍ରାଥମିକ ଚିକିତ୍ସା. ଆମ ପରିବେଶ ପ୍ରଦ୍ୟୁଷଣ, ହଜମ ପ୍ରକ୍ରିୟା, ମୋଟର ବୋଟ, ଜୈବ ସାର, ଜଳ ସଂରକ୍ଷଣ, ବନ୍ୟ ପ୍ରାଣୀ ସୁରକ୍ଷା, ପ୍ରତିଫଳନ, ଜୈବିକ କୃଷି, ପ୍ଲାଷ୍ଟିକ ବୋତଲ ଟର୍ଚ୍ଚକୁ ନେଇ ପ୍ରଦର୍ଶନୀରେ ଅଭିଭାବକମାନେ ଯୋଗଦେଇ ଛାତ୍ର/ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବିଜ୍ଞାନ ଶିକ୍ଷକ ରବିନ୍ଦ୍ର କୁମାର ଓ ସ୍ୱପ୍ନାରାଣୀ ବିଚାରକ ଭାବେ ଯୋଗଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସେନାପତି ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ବିଜ୍ଞାନ ମଳୋକୁ ପରିଚାଳନା କରିଥିଲେ ।