Odiapua.com

ସୁଭଦ୍ରା ପଞ୍ଜିକରଣ ତଦାରଖ ପାଇଁ ମୋ ସେବା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଭଦ୍ରକ ଜିଲ୍ଲାପ୍ରଶାସନର ପୂର୍ବ ପ୍ରସ୍ତୁତି ଓ ସଜାଗ ଅନୁଯାୟୀ ମାଗଣାରେ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ଜରିଆରେ ଫର୍ମ ବିତରଣ ଚିହ୍ନଟ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି । ଏ କାର୍ଯ୍ୟ କେତେଦୂର ଠିକ୍ ଚାଲିଛି ପରୀକ୍ଷା କରିବା ପାଇଁ ଜିଲ୍ଲାପାଳ ଦିଲୀପ୍ ରାଉତର।।ଏ ହଠାତ୍ ରାନ୍ଦିଆସ୍ଥିତ ଆଦର୍ଶ ସୁଭଦ୍ରା କେନ୍ଦ୍ର , ମୋ ସେବା କେନ୍ଦ୍ର, ରାନ୍ଦିଆକୁ ଅଚାନକ ପରିଦର୍ଶନରେ ଯାଇ ସତ୍ୟାସତ୍ୟ ପରିକ୍ଷା କରିଥିଲେ । ସୁଭଦ୍ରାର ଜିଲ୍ଲା ନୋଡ଼ାଲ ଅଧିକାରୀ ସି.ଡ଼ି.ଓ. ସରୋଜ କୁମାର ଦତ, ବିଭାଗୀୟ ଅଧିକାରୀ ଡ଼ି.ଏସ୍‌.ଡ଼ବ୍ଲ୍ୟୁ.ଓ. ପୁଷ୍ପଲତା ପାତ୍ର, ସୁଭଦ୍ରା ଆଇ.ଇ.ସି. ନୋଡ଼ାଲ ଅଧିକାରୀ ଡ଼ି.ଆଇ.ପି.ଆର.ଓ. ରମେଶ ଚନ୍ଦ୍ର ନାୟକ, ଇ ପ୍ରଶାସନ ପରିଚାଳକ ବିଜୟାନନ୍ଦ କର ପ୍ରମୁଖ ଜିଲ୍ଲାପାଳଙ୍କ ଏହି ଗସ୍ତରେ ସାମିଲ ଥିଲେ । ଜିଲ୍ଲାପାଳ ସେଠାରେ ପହଂଚି କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇ ମହିଳାମାନେ ଶୃଙ୍ଖଳାର ସହିତ ପଞ୍ଜିକରଣ କାର୍ଯ୍ୟ କରୁଥିବା ଦେଖିଥିଲେ । ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଫର୍ମ ପାଇବା, ପଞ୍ଜିକରଣ କରିବାରେ ପଇସା ଖର୍ଚ୍ଚ କରୁଛନ୍ତି କି? କେହି ତାଙ୍କୁ ଏହି କାର୍ଯ୍ୟ ପାଇଁ ହଇରାଣ କରୁଛନ୍ତି କି? କେଉଁମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ? ସୁଭଦ୍ରା ପାଇଁ ଆବେଦନ କରିବାର ଶେଷ ତାରିଖ ଅଛିକି ? ସେପ୍ଟେମ୍ବର ୧୭ ପରେ ଆବେଦନ କରି ହେବ ନା ନାହିଁ ? ଏହି ଯୋଜନାରେ ତାଙ୍କୁ କେତେ ଅର୍ଥ ମିଳିବ, ପଞ୍ଜିକରଣ ପରେ ଫର୍ମ ଗ୍ରହଣ ବାବଦ ସ୍ୱୀକୃତି ପତ୍ର ସେମାନଙ୍କୁ ମିଳୁଛି ନା ନାହିଁ ଆଦି ବାବଦରେ ସେମାନଙ୍କୁ ପ୍ରଶ୍ନ ପଚାରିବା ସହିତ ସେମାନଙ୍କ ସହ ବାର୍ତାଳାପ ଜରିଆରେ ସୁଭଦ୍ରା ସମ୍ବନ୍ଧୀୟ ସଚେତନତାର ବିଷୟ ପ୍ରକାଶ କରିଥିଲେ । କେନ୍ଦ୍ରରେ ପଞ୍ଜିକରଣ କାର୍ଯ୍ୟକୁ ମଧ୍ୟ ତନଖି କରିଥିଲେ । ସରଭର ଧିମା ଯୋଗୁଁ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ହୋଇପାରୁନଥିବା ସମସ୍ୟା ସମ୍ବନ୍ଧରେ ମଧ୍ୟ ଅବଗତ ହୋଇଥିଲେ । ଏହା ପରେ ପରେ ସି.ଡ଼ି.ଓ. ଶ୍ରୀଯୁକ୍ତ ଦତତ୍ତ ନଳାଙ୍ଗ ଠାରେ ଅବସ୍ଥିତ ୧ଟି ମୋ ସେବା କେନ୍ଦ୍ର ଓ ୧ଟି ଜନସେବା କେନ୍ଦ୍ରକୁ ପରିଦର୍ଶନରେ ଯାଇ ପଞ୍ଜିକରଣ କାର୍ଯ୍ୟ ପରୀକ୍ଷା କରିଥିଲେ ।