ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କୁ ପ୍ରଦେଶ କଂଗ୍ରେସ କମିଟି ଲିଗାଲ ସେଲ ସମ୍ପାଦକ ଭାବେ ଦିଆଯାଇଥିବା ନୂତନ ନିଯୁକ୍ତିକୁ ଦଳର ସ୍ଥାନୀୟ ପାଟୁଳି ପଞ୍ଚାୟତ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଛି । ଗୁରୁପ୍ରସାଦ ଗିରି, ମାନସୀ ଦେବୀ, ମନୋଜ କୁମାର ଜେନା, ରାଜେଶ ସାମଲ, ବିକାଶ ସାହୁ, ଗୁରୁପ୍ରସାଦ ପଲାଇ, ସଞ୍ଜୟ ବେହେରା, ସୁନିଲ କୁମାର ଲେଙ୍କା, ସୁଦର୍ଶନ ରାଉତ, ହେମନ୍ତ କୁମାର ମହାକୁଡ, ଦେବାନନ୍ଦ ସେଠୀ, ପ୍ରତାପ ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ଦଳର ପଞ୍ଚାୟତ ନେତା ଓ କର୍ମୀମାନେ ସୋମବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ଦାସ ପଞ୍ଚାୟତସ୍ତରରେ ସଙ୍ଗଠନକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ନୂତନ ଦାୟିତ୍ୱ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲାକୁମାର ପ୍ରମୁଖଙ୍କୁ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ ।