ସୁବର୍ଣ୍ଣପୁର, ୩୧-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ପୌର ପରିଷଦ କାର୍ୟ୍ୟାଳୟରେ ପାଳିତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ପି-ଡି, ଡି-ଆର-ଡି-ଏ ଡୋଳାମଣି ପଟେଲ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ ସହ ସ୍ୱାୟତ୍ତ ଶାସନ ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପରିଷଦରେ କାର୍ୟ୍ୟରତ ସଫେଇ କର୍ମଚାରୀମାନଙ୍କୁ ସେମାନଙ୍କର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ କୋଭିଡ କଟକଣା ଥିବାରୁ ସ୍ୱାୟତ୍ତ ଶାସନ ଦିବସ ସମାରୋହକୁ ସୀମିତ ଓ ସଂକ୍ଷିପ୍ତ ଆକାରରେ ପାଳିତ ହୋଇଛି।