Odiapua.com

ସୁପ୍ରିମ କୋର୍ଟର ନିର୍ଦେଶ ଉପରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଖପ୍ପା

ପୁରୀ, ୨୧/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁ ଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା କୁ ମାନ୍ୟବର ସର୍ବୋଚ୍ଚ ଉଚ୍ଚ ନ୍ୟାୟାଳୟ ବନ୍ଦ କରିବା ନିର୍ଦେଶ ଉପରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଅସନ୍ତୋସ ପ୍ରକାଶ କରିଛନ୍ତି। ସେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ରଥଯାତ୍ରା ବନ୍ଦ କରିବା ରାଜ୍ୟ ସରକାରଙ୍କର ଏକ ସୁଚିନ୍ତିତ ପ୍ରୟାସ। ରାଜ୍ୟ ସରକାର ତୁରନ୍ତ କୋର୍ଟ ରେ ତାଙ୍କର ବିଚାର ରଖନ୍ତୁ। ରାଜ୍ୟ ସରକାରଙ୍କର ଆଇନ ମନ୍ତ୍ରୀ କିମ୍ବା ସର୍ବୋଚ୍ଚ ଅଧିକାରୀ ଯଦି କେହି ଆସିବେ ତାହେଲେ ଶଙ୍କରାଚାର୍ଯ୍ୟ ତାଙ୍କୁ ପରାମର୍ଶ ଦେବେ।