Odiapua.com

ସୁପ୍ରିମ କୋର୍ଟରେ ରାହୁଲ ଗାନ୍ଧୀଙ୍କ କ୍ଷମା ଯାଚିକା ମଞ୍ଜୁର

ନୂଆଦିଲ୍ଲୀ ୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସୁପ୍ରିମ କୋର୍ଟରେ ଆଜି ‘ଚୌକିଦାର ଚୋର’ ମନ୍ତବ୍ୟରେ ରାହୁଲ ଗାନ୍ଧୀଙ୍କ ଅଦାଲତ ଅବମାନନା ଅଭିଯୋଗ ମାମଲାରେ ରାହୁଲ ଗାନ୍ଧୀଙ୍କ କ୍ଷମା ଯାଚିକା ମଞ୍ଜୁର କରିଛନ୍‌ନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋର’ କହି ରାଜନୈତିକ ସମାଲୋଚନା କରିଥିବା ରାହୁଳ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାକୁ  ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟକ୍ତିତ୍ୱ ହୋଇଥିବାରୁ ଆଗକୁ ଭାବିଚିନ୍ତି ମନ୍ତବ୍ୟ ଦେବାକୁ ଅଦାଲତ ରାହୁଳ ଗାନ୍ଧୀଙ୍କୁ କହିଛନ୍ତି।