Odiapua.com

ସୁପ୍ରିମକୋର୍ଟଙ୍କ କୃଷି ଆଇନର ରାୟ ପ୍ରକାଶ ପରେ ପ୍ରଦେଶ କଂଗ୍ରେସର ପ୍ରତିକ୍ରିୟା

ଭୁବନେଶ୍ୱର ୧୨.୧ (ଓଡ଼ିଆ ପୁଅ) – ସୁପ୍ରିମକୋର୍ଟ ତିନୋଟି କୃଷି ଆଇନ ବାବଦରେ ଯେଉଁ ରାୟ ଦେଇଛନ୍ତି ତାହା କେନ୍ଦ୍ରରେ ଥିବା ଏକ ଅଗଣତାନ୍ତ୍ରିକ ସରକାର ପାଇଁ ଏକ ସତର୍କ ଘଂଟି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କିଭଳି ଭାବରେ ସଂଖ୍ୟା ଦୃଷ୍ଟିକୋଣରୁ ଏକ ସରକାର ଭାରତ ବର୍ଷର ୧୪ କୋଟି କୃଷକଙ୍କର ଦାବିକୁ ଦୀର୍ଘ ଦିନ ଧରି ନଶୁଣି ଚାଲି ରହିଛି ଏହା ଏକ ଘୋର ବିଡ଼ମ୍ବନା ବୋଲି ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାରିଖ ପରେ ତାରିଖ କାହିଁକି ଦିଆଚାଲିଛି ତାହା ମଧ୍ୟ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନରତ କୃଷକ ନେତାମାନଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସୁପ୍ରିମକୋର୍ଟର ରାୟ ପରେ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଗୁକୁ ଏହି ଆନ୍ଦୋଳନର କାର୍ଯ୍ୟପନ୍ଥା ସ୍ଥିର ହେବ ଏବଂ ଆନ୍ଦୋଳନ ଏକ ନିର୍ଣ୍ଣାୟକ ମୋଡରେ ପଂହଚିବ। କିନ୍ତୁ ଉଚ୍ଚତମ ନ୍ୟାୟଳୟର ସିଧା ନିର୍ଦ୍ଦେଶ ଏ କୃଷି ଆଇନକୁ ସ୍ଥଗିତ ରଖାଯାଉ ତେଣୁ ମୋଦି ସରକାର ଏଥିରୁ ବୁଝିନେବା ଉଚିତ୍ ତରବରିଆ ଭାବରେ ଏ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏତେ ବ୍ୟଗ୍ର କାହା ଉଦ୍ଦେଶ୍ୟରେ ଥିଲା ବୋଲି ଆଜି ପ୍ରଦେଶ କଂଗ୍ରେସ ସଭାପତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।