Odiapua.com

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଖୋଲିଲା ଭଦ୍ରକ ହେଲଥ୍ କ୍ଲବ୍

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ସ୍ୱୟଂ ସଂପୂର୍ଣ୍ଣ ମଣିଷ କ୍ଷେତ୍ରରେ ସ୍ୱାସ୍ଥ୍ୟ ହିଁ ସଂପଦ ତୁଲ୍ୟ ହୋଇଥାଏ । ସୁନ୍ଦର ଶାରୀରିକ ଗଠନ ସହ ସୁସ୍ଥ ଓ ନିରୋଗ ରହିବା ପାଇଁ ପ୍ରତିଦିନ ଆବଶ୍ୟକ ବ୍ୟାୟାମ । ଏହାଯଦି କମ୍ ବୟସରୁ ଆରମ୍ଭ କରାଯାଇଥାଏ, ତେବେ ଭବିଷ୍ୟତରେ ଅନେକ କଠିନ ସମୟର ମୁକାବିଲା କରିବାରେ ଶରୀର ସକ୍ଷମ ହୁଏ । ଏଥିସହ ନିୟମିତ ବ୍ୟାୟାମ କରିବା ଦ୍ୱାରା ମନ ଓ ଶରୀର ସୁସ୍ଥ ଓ ସତେଜ ରହେ ବୋଲି ଆଜି ଭଦ୍ରକ ସହରର ଜଗନ୍ନାଥପୁର ଠାରେ ଖୋଲିଥିବା ସଂପୂର୍ଣ୍ଣ ବ୍ୟାୟାମ ଶାଳା ଭଦ୍ରକ ହେଲଥ୍ କ୍ଲବ୍‌ର ଶୁଭ ଉଦ୍‌ଘାଟନ କରି ସୂଚନା ଦେଇଛନ୍ତି ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ । ଯେଉଁଠି ବଡ ସହିତ ଛୋଟ ପିଲାଙ୍କ ସୁସ୍ଥ ଓ ନିରୋଗ ଶରୀର ଗଠନର ସମସ୍ତ ସୁବିଧା ସୁଯୋଗ ରହିବା ସହ ଏଠାରେ ଛୋଟ ପିଲାଙ୍କୁ ଅଭିଜ୍ଞ ପ୍ରଶିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ସାହାଯ୍ୟରେ ବ୍ୟାୟାମ ଭ୍ୟାସ କରାଯାଇଥାଏ, ସେ ଦିଗରେ ଏହି ହେଲଥ୍ କ୍ଲବ୍‌ଟି ଅମୃତ ତୁଲ୍ୟ ବୋଲି ବକ୍ତାମାନେ କହିଥିଲେ । ବିଧାୟକ ଶ୍ରୀ ମଲ୍ଲିକ ଏହାକୁ ଉଦ୍‌ଘାଟନ କରିବା ପରେ ଜିମ୍‌ର ସଂପୂର୍ଣ୍ଣ ପରିସର ପରିଭ୍ରମଣ କରିଥିଲେ । ଅତ୍ୟାଧୁନିକ ଯନ୍ତ୍ରପାତି ଓ ବ୍ୟାୟାମ ପାଇଁ ଆବଶ୍ୟକ ଉପକରଣ ଥିବା ଏହି ବ୍ୟାୟାମଶାଳାଟି ସଂପୂର୍ଣ୍ଣ ପ୍ରାକୃତିକ ଉପାୟରେ ସମସ୍ତ ଗ୍ରାହକଙ୍କୁ ଉତ୍ତମ ପାଇପାରିବେ ବୋଲି ଆଲୋଚନା କାଳରେ କହିଥିଲେ ।