Odiapua.com

ସୁନ୍ଦର ପିଛାଇଙ୍କର ଦରମା କେତେ ହେଲା ଜାଣନ୍ତି କି ?

ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) Google ର ପ୍ୟାରେଣ୍ଟ କମ୍ପାନୀ Alphabet Inc. ର ନୂଆ ସିଇଓଙ୍କୁ ଆସନ୍ତା ତିନି ବର୍ଷରେ ୨୪ କୋଟି ଡଲାରର ଷ୍ଟକ ଆୱାର୍ଡ ଦିଆଯିବାକୁ ଘୋଷଣା କରାଯାଇଛି। ସମାଚାର ଏଜେଂସୀ ବ୍ଲୁମବର୍ଗର ରିପୋର୍ଟରେ ଏହା କୁହାଯାଇଛି। ଅବଶ୍ୟ, ଏହି ରାଶି ତାଙ୍କୁ ସମସ୍ତ ଟାର୍ଗେଟ ପୂରା କରିବା ପରେ ଦିଆଯିବ। ତା’ ସହିତ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୦ ରେ ତାଙ୍କୁ ୨୦ ଲକ୍ଷ ଡଲାରର ବାର୍ଷିକ ବେତନ ଦିଆଯିବ। ଏହା ବ୍ୟତୀତ ଯଦି S&P 100 ସୂଚକାଙ୍କରେ Alphabet ର ଶେୟାରର ପ୍ରଦର୍ଶନ ଭଲ ରୁହେ ତେବେ ତାଙ୍କୁ ନଅ କୋଟି ଡଲାରର ଅତିରିକ୍ତ ଷ୍ଟକ ଗ୍ରାଣ୍ଟ ମିଳିବ।

ଏହା ପ୍ରଥମ ଘଟଣା ଯାହାକି କମ୍ପାନୀ ପ୍ରଦର୍ଶନ ଆଧାରରେ ଷ୍ଟକ ଆୱାର୍ଡ ଦେବାର ନିଷ୍ପତି ନେଇଛି। ଗୁଗୁଲର କୋ-ଫାଉଣ୍ଡର୍ସ ଲୈରୀ ପେଜ ଏବଂ ସର୍ଗେଇ ବ୍ରିନ ନିଜର ପଦରୁ ଇସ୍ତଫା ଦେବା ପରେ ୪୭ ବର୍ଷୀୟ ପିଛାଇଙ୍କୁ ଏହି ଶୀର୍ଷ ପଦ ପାଇଁ ମନୋନୀତ କରାଯାଇଥିଲା।

୨୦୧୮ ରେ ୧୯ ଲକ୍ଷ ଡଲାରର ବେତନ

ପିଛାଇକୁ ବହୁ ଦିନ ପୂର୍ବରୁ ଭାରୀମାତ୍ରାରେ ବେତନ ମିଳୁଛି। ଏହା ପୂର୍ବରୁ ତାଙ୍କୁ ୨୦୧୬ ରେ ୨୦ କୋଟି ଡଲାରର ଷ୍ଟକ ଆୱାର୍ଡ ମିଳିଥିଲା। ଗତ ବର୍ଷ ସେ ଷ୍ଟକ ଆୱାର୍ଡକୁ ଏହା କହି ସ୍ଵୀକାର କରିନଥିଲେ କି ତାଙ୍କୁ ପୂର୍ବରୁ ହିଁ ଭଲ ବେତନ ମିଳୁଛି। ବ୍ଲୁମବର୍ଗ ପେ ଇଂଡେକ୍ସ ମୁତାବକ ପିଛାଇଙ୍କୁ ୨୦୧୮ ରେ ୧୯ ଲକ୍ଷ ଡଲାରର ବେତନ ମିଳୁଥିଲା।

ଭାରତରେ ଜନ୍ମ ଗ୍ରହଣ କରି ଏହି ଠାରେ ପାଠପଢ଼ିବା ପରେ ଷ୍ଟାନଫୋର୍ଡ ୟୁନିଭର୍ସିଟି ଏବଂ ୱାରଟନ ସ୍କୁଲ ଅଫ ଦ ୟୁନିଭର୍ସିଟି ଅଫ ପେନସିଲଭାନିୟାରେ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି। McKinsey & Co. ରେ କାମ କରିବା ପରେ ପିଛାଇ ୨୦୦୪ ରେ ଗୁଗୁଲରେ ଯୋଗ ଦେଇଥିଲେ। ସେ ଗୁଗୁଲର କିଛି ଲୋକପ୍ରିୟ ପ୍ରଡକ୍ଟ ଜିମେଲ, କ୍ରୋମ ବ୍ରାଉଜର ଏବଂ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ପରି ପ୍ରଡକ୍ଟ୍ସ ଉପରେ କାମ କରିଥିଲେ।

ପେଜ ଏବଂ ବ୍ରିନ ଯେତେବେଳେ ୨୦୧୫ ରେ ଆଲ୍ଫାବେଟକୁ ହୋଲ୍ଡିଙ୍ଗ କମ୍ପାନୀ ବନାଇଲେ ସେତେବେଳେ ସେ ଗୁଗୁଲର ସିଇଓ ଭାବେ ପିଛାଇଙ୍କୁ ବାଛିଥିଲେ। ଏହି ଅବଧିରେ କ୍ରମାଗତଭାବେ ତାଙ୍କ ଦାୟୀତ୍ତ୍ୱରେ ବୃଦ୍ଧି ହୋଇଥିଲା। ସେ ଏହି ସମୟରେ କମ୍ପାନୀର ଆଲ୍ଗୋରିଦମ, ଚୀନର ସେନ୍ସରଶିପ ଏବଂ ସର୍ଭିଲାନ୍ସକୁ ନେଇକରି କଂଗ୍ରେସର ଶୁଣାଣି ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଏହି ମାସରେ ତିନି ଡିସେମ୍ବରରେ ପିଛାଇଙ୍କୁ Alphabet ର ସିଇଓ ନିଯୁକ୍ତ କରାଯାଇଥିଲା।