Odiapua.com

ସୁନା ସଫା କରିବା ଆଳରେ ଲୁଟିଲେ ଦେଢଭରି ସୁନା

ବାଲେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଏବେ ସୁନା ନ ଝାମ୍ପି ଭିନ୍ନ ଉପାୟରେ ହୋଇଛି ସୁନା ଲୁଟ । ତେବେ ସେହି ଭିନ୍ନ ଉପାୟଟି ହେଲା ସୁନା ସଫା କରିବା ବାହାନା ଦେଖାଇ ପ୍ରାୟ ଦେଢଭରି ସୁନା ଲୁଟ ହୋଇଥିବା ଅଭିଯୋଗ ଆସିଛି । ତେବେ ଏହି ଘଟଣା ବାଲେଶ୍ବର ସୋର ଅଞ୍ଚଳରେ ଘଟିଛି । ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ଦେଖି ଦୁଇ ଲୁଟେରା ବାଇକ ଯୋଗେ ଆସିଥିଲେ । ପରେ ସେମାନେ ତାଙ୍କୁ ଧାତୁ ଆଉ ସୁନା ପିତ୍ତଳ ସଫା କରନ୍ତି ବୋଲି କହିଥିଲେ । ପ୍ରଥମେ ଠାକୁରଙ୍କ ଜିନିଷ ସଫା କରି ପରେ ସୁନା ସଫା ବି କରନ୍ତି ବୋଲି କହିଥିଲେ । ଏହା ଜାଣି ଉକ୍ତ ମହିଳା ଜଣଙ୍କ ସୁନା ଆଣି ସେମାନଙ୍କୁ ସଫା କରିବା ପାଇଁ ଦେଇଥିଲେ । ପରେ ଦୁଇ ଲୁଟେରା ପାଣି ପିଇବେ ବୋଲି  ମହିଳାଙ୍କୁ କହିଥିଲେ । ପରେ ମହିଳା ଜଣକ ପାଣି ନେଇ ଆସିଲା ବେଳକୁ ସେମାନେ ଚମ୍ପଟ ମାରିଥିଲେ । ପରେ ମହିଳା ଜଣକ ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।