ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ପଷ୍ଟ ଦିବାଲୋକରେ ବସରୁ ଓଲ୍ହାଇ ପରିସ୍ରା କରୁଥିଲା ବେଳେ ସୁନା ଚେନ ଦେଖି ଦୁର୍ବୁତ ମାନେ ଜଣେ ଯୁବକକୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିବା ପରେ ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ସହର ସବୁଠୁ ବେଶୀ ଜନ ଗହଳି ପୂର୍ଣ୍ଣ ବନ୍ତ ଛକ ବସ ଷ୍ଟପ ନିକଟରେ। ବାରିପଦା ଅଂଚଳ ର ଜ୍ୟୋତି ରଞ୍ଜନ ପୃଷ୍ଟି ନାମକ ଜଣେ ଯୁବକ ନିଜ ଶଶୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କୁ ଯାଇ ଆଜି ଚାନ୍ଦବାଲି ରୁ ବସ ଯୋଗେ ବାରିପଦା ଫେରୁଥିଲେ। ତେବେ ଭଦ୍ରକ ବନ୍ତ ଛକ ବସ ଷ୍ଟପ ନିକଟ ରେ ସେ ଓହ୍ଲାଇ ପରିସ୍ରା କରୁଥିଲା ବେଳେ ୪/୫ ଜଣ ଦୁର୍ବୁତ ସଙ୍ଘ ବଦ୍ଧ ହୋଇ ତାଙ୍କୁ କାବୁ କରି ସେ ପିନ୍ଧି ଥିବା ଚେନ ଟିକୁ ଛିଣ୍ଡାଇ ବା ଉଦ୍ୟମ କରିଥିଲେ।ଏଥିରେ ଜ୍ୟୋତି ରଞ୍ଜନ ପ୍ରତିରୋଧ କରିବାରୁ ଦୁର୍ବୁତ ମାନେ ଖଣ୍ଡା ଓ ଭୁଜାଲି ରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଖବର ପାଇ ଭଦ୍ରକ ଟାଉନ ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଗୁରୁତର ଆହତ ଯୁବକ ଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ରେ ଭର୍ତି କରିଛନ୍ତି । ସେଠାରେ ପଡ଼ିଥିବା ସୁନା ଚେନ କୁ ଉଦ୍ଧାର କରିଛନ୍ତି। ବଡ଼ କଥା ହେଲା ସ୍ପଷ୍ଟ ଦିବା ଲୋକ ରେ ପୁଣି ବସ ଷ୍ଟପ ନିକଟ ରେ ଏଭଳି ଘଟଣା ଘଟିବା କୁ ନେଇ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି।