Odiapua.com

ସୁନାରଙ୍ଗି ଠାରୁ କାଉପୁର ନୂତନ ରାସ୍ତାର ଭିତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ସୀତାଂଶୁ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଅନ୍ତର୍ଗତ କାଉପୁର ପଂଚାୟତ ର ସୁନାରଙ୍ଗି ଠାରୁ କାଉପୁର ଏକ ନୂତନ ରାସ୍ତା ର ଭିତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ର ବିଧାୟକ ଶିତାଶୁ ଶେଖର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଦେବର କୁଣ୍ଡୁମଣ୍ଡଳ ସଭାପତି ଲକ୍ଷ୍ମଣ ମୁଦୁଲି ବିଧାୟକ ଙ୍କ ପ୍ରତିନିଧି ଭାସ୍କର ଚନ୍ଦ୍ର ସାହୁ ବହୁ ବିଜେପି ର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ। ବିଧାୟକ ଶ୍ରୀ ମହାପାତ୍ର ଙ୍କୁ ଫୁଲ ଗୁଛ ଉତରୀ ଦେଇ ସ୍ୱାଗତ କରାଯାଇଥିଲା। ଫଳକ ପୂଜା ପାଠ କରି ଫିତା କାଟି ଉଦଘାଟନ କରିଥିଲେ। ସୁନାରଙ୍ଗି ଠାରୁ କାଉପୁର ରାସ୍ତା ର ମୂଲ୍ୟ ୩ କୋଟି ୧୨ ଲକ୍ଷ ୮୨ ହଜାର ୪୬୬ ଟଙ୍କା ଲୋକ ମାନଙ୍କ ବହୁ ଦିନର ଦାବୀ ଥିଲା ତାହା ଆଜି ଯୁବ ବିଧାୟକ ଶ୍ରୀ ମହାପାତ୍ର ପୂରଣ କରିଛନ୍ତି।