Odiapua.com

ସୁନାବେଡା କୋଭିଡ ହସପିଟାଲର ଶୁଭାରମ୍ଭ

କୋରାପୁଟ ୦୮-୦୫(ଓଡିଆ ପୁଅ/ରଂଜନ ଦାସ) ସୁନାବେଡାଠାରେ ହାଲ ଆନୁକୁଲ୍ୟରେ ଏକ କୋଭିଡ ହସପିଟାଲ ସ୍ଥାପନ କରାଯାଇଛି ।କୋରାପୁଟ ବିଧାୟକ  ରଘୁରାମ ପଡାଲ ମୁକ୍ୟ ଅତିଥିବାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡାକ୍ତର ମକରନ୍ଦ ବେଉରା ,ଏଡିପିଏଚଓ(ମ୍ୟାଲେରିଆ) ଡାକ୍ତର ଏସ.ଦାସ ,ଡାକ୍ତର ହରପ୍ରସାଦ ପାଣିଗ୍ରାହୀ ,ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ,ଡିଏମଆରସିଏଚ କିଶୋର ଚନ୍ଦ୍ର ସାହୁ , ହାଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜିତେନ୍ଦ୍ର ମୋହନ ସାହୁ ,ହାଲ ହସପିଟାଲର ସିଏମଏସ ଡାକ୍ତର ଅନୀତା ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।ସୁନାବେଡା କୋଭିଡ ହସପିଟାଲରେ ୪୦ ଶଯ୍ୟା ରହିଥିବା ବେଳେ ୬ ଟି ଆଇସିୟୁ ଓ ଗୋଟିଏ ଭେଂଟିଲେଟର ରହିଥିବା ସିଡିଏମଓ ଡାକ୍ତର ବେଉରା ସୂଚନା ଦେଇଛନ୍ତି ।