Odiapua.com

“ସୁନାଝିଅ’ କୁ ଆଦରିବେ ପାଠକ

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାଲିମେଦ ପଂଚାୟତ ଜୀବନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାହିତ୍ୟିକ ଶ୍ୟାମ ସୁନ୍ଦର ପଳିତାଙ୍କ ଗଳ୍ପ ସଙ୍କଳନ” ସୁନାଝିଅ’ର ପାଠକାର୍ପଣ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ ବିଷ୍ଣୁମୋହନ ସ୍ୱାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଗଳ୍ପ କବିତା ହେଉ ଅବା ସାହିତ୍ୟର ଗୋଟିଏ ଶଦ୍ଦ କୋଟିଏ ହୃଦୟକୁ ଛୁଇଁ ପାରୁଛି। ଆଜି “ସୁନାଝିଅ’ର ଲୋକାର୍ପଣ ହୋଇଛି। ନିଶ୍ଚିତ ସୁନାଝିଅକୁ ପାଠକ ଆଦରି ନେବେ ବୋଲି କହିଥିଲେ। ଶିକ୍ଷାବିତ ସୁଧାଂଶୁ ଶେଖର ମିଶ୍ର “ସୁନାଝିଅ’ର ସମୀକ୍ଷା କରିଥିଲେ। କବି ବିକାଶ କୁମାର ଶତପଥୀ, ପୂର୍ବତନ ସରପଂଚ ପ୍ରଫୁଲ୍ଲ କୁମାର ପଳିତା, ବିଦ୍ୟାଳୟ ପରଚାଳନା କମିଟିର ସଭାପତି ଭାସ୍କର ଚନ୍ଦ୍ର ଭୋଇ, ସମାଜସେବୀ କୃଷ୍ଣଚନ୍ଦ୍ର ଘଡାଇ ପ୍ରମୁଖ ଏହି ପର୍ବରେ ସାମିଲ ହୋଇଥିଲେ। ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।