Odiapua.com

ସୁଚିତ୍ରା ହେଲେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଙ୍କ ଅନୁମୋଦନ କ୍ରମେ ମନସ୍ତତ୍ତ୍ୱ ବିଭାଗୀୟ ମୁଖ୍ୟା ତଥା ପ୍ରାଧ୍ୟାପିକା ସୁଚିତ୍ରା ପାଣିଗ୍ରାହୀ ଐତିହ ସମ୍ପନ୍ନ ଭଦ୍ରକ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ସୁନାମଧନ୍ୟ ଲେଖିକା ଭାବେ ତାଙ୍କର ୯ଟି କବିତା ସଂକଳନ, ୩ଟି ଶିଶୁ ସାହିତ୍ୟ ପୁସ୍ତକ, ୨ଟି ଅନୁବାଦ ଓ ଗୋଟିଏ ମନସ୍ତତ୍ତ୍ୱ ପୁଷ୍ଟ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ସେ କାଦମ୍ବିନୀ କବିତା ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ଅଖିଳ ଚକ୍ର କବିତା ପୁରସ୍କାର ଓ କବି ଦୀପକ ମିଶ୍ର ସ୍ମୃତି ସମ୍ମାନ ଭଳି ଅନେକ ରାଜ୍ୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି। ଅଧ୍ୟକ୍ଷା ଭାବେ ସେ ଯୋଗଦେଲା ପରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ମହାବିଦ୍ୟାଳୟ ର କର୍ମଚାରୀ ତଥା ବହୁ ସାରସ୍ୱତ ସ୍ରଷ୍ଟା ତାଙ୍କ ନବ ନିଯୁକ୍ତି ରେ ଶ୍ରୀମତୀ ପାଣିଗ୍ରାହୀ ଙ୍କୁ ସୁମନାସ ଜଣାଇଛନ୍ତି।