ହାଟଡିହି -୧୩ । ୮ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୁଳକ କାର୍ୟ୍ୟରେ ଲଗାଯାଉଥିବା ସୁଚନା ଫଳକ ଗୁଡିକୁ କିଛି ଅସାମାଜିକ ବ୍ୟକ୍ତି ଭାଙ୍ଗି ଦେଉଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗରୁ ଜଣାଯାଇଛି ଯେ ପଞ୍ଚାୟତ ଓ ବ୍ଲକ ପକ୍ଷରୁ ଇଞ୍ଚୋଳ ଗ୍ରାମରେ ଅନେକ ରାସ୍ତା ଓ ପୋଖରୀ କାମ ମନରେଗା ଯୋଜନାରେ ଚାଲୁଅଛି । ଏଥିପାଇଁ ସରକାରୀ ନିୟମ ଅନୁସାରେ କାର୍ୟ୍ୟ ଆରମ୍ଭରୁ କାର୍ୟ୍ୟର ସୁଚନା ଫଳକ କରାଯାଉଛି । ମାତ୍ର କିଛି ଅସାମାଜିକ ବ୍ୟକ୍ତି ରାତାରାତି ଏଗୁଡିକୁ ଭାଙ୍ଗି ଦେଉଥିବାରୁ ଗ୍ରାମରେ ଉନ୍ନୟନ ମୁଳକ କାର୍ୟ୍ୟ କରିବାର ବାଧା ଉପୁଜୁଛି ।ଯାହାକୁନେଇ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ଗ୍ରାମରେ କେନାଲବନ୍ଧ ଠାରୁ ଧୋବାଗଡିଆ ପର୍ୟ୍ୟନ୍ତ ରାସ୍ତାର ଉନ୍ନତି କରଣ ପ୍ରକଳ୍ପ ଆରମ୍ଭ ହୋଇ କାର୍ୟ୍ୟ ଚାଲିଥିବାବେଳେ ବର୍ଷା ହୋଇ କାଦୁଅ ହୋଇଯିବାରୁ କିଛି ବ୍ୟକ୍ତି ଏନେଇ ଅଭିଯୋଗ କରିବାପରେ ଏହାକୁ ମେଣ୍ଟାଲ ମୋରମ ପକାଯାଇ କାର୍ୟ୍ୟ କରାଯାଉଛି । କିନ୍ତୁ ସରକାରୀ ସ୍ତରର ଏପର୍ୟ୍ୟନ୍ତ ଟଙ୍କାଟିଏ ମଧ୍ୟ ବିଲ ହୋଇନଥିବାରୁ ଶ୍ରମିକ ମାନଙ୍କ ଭିତରେ ଅସନେ୍ତାଷ ଦେଖା ଦେଇଛି । ସେହିପରି ଗାଁରେ ଜୋରାଗଡିଆ ଠାରୁ ବାବାଜି ରାଉତ ଘର କାର୍ୟ୍ୟ ପାଇଁ ମେଟେରିଆଲ ସଂଗ୍ରହ କରାଯାଉଛି । ସେହିପରି ଭୁତପଦାରୁ ପରମାନନ୍ଦପୁର, ପରମାନନ୍ଦପୁର ରୁ ଭୁତପଦା କାମପାଇଁ ମେଟେରିଆଲ ସଂଗ୍ରହ କରଯାଇଛି । କିନ୍ତୁ ବର୍ଷା ପାଇଁ କାମ ହୋଇପାରିନି । ପଞ୍ଚାୟତରେ ମନରେଗା ଯୋଜାନାରେ କାର୍ୟ୍ୟ ଚାଲୁଥିବାବେଳେ ଶ୍ରମିକମାନେ ଆଜି ପର୍ୟ୍ୟନ୍ତ ମଜୁରୀ ପାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ଲକ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।