Odiapua.com

ସୀମା ସୁରକ୍ଷା ବାହିନୀ ଯୱାନଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା

ନୟାଗଡ଼ ୨୫/୦୬ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ଗ୍ରାମପଞ୍ଚାୟତ କୁଞ୍ଜବନ ଗ୍ରାମରେ ଜୁନ୍ ୨୫ ତାରିଖ ସକାଳୁ ଜଣେ ସୀମା ସୁରକ୍ଷା ବାହିନୀ ଯୱାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ଜଣାପଡିଛି। ଯୱାନ ଜଣଙ୍କ ହେଉଛନ୍ତି କୁଞ୍ଜବନ ଗ୍ରାମର ୰ ଯୁଗଳ ପ୍ରଧାନଙ୍କ ପୁଅ ବୈକୁଣ୍ଠନାଥ ପ୍ରଧାନ (୫୮)। ସେ ସୀମା ସୁରକ୍ଷା ବାହିନୀର ତ୍ରିପୁରା ମଣିପୁର ଠାରେ ସୀମା ସୁରକ୍ଷା ବାହିନୀର ଅତିରିକ୍ତ ଉପନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ହେଲା ହୃଦ୍‌ରୋଗ ରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ଜୁନ୍ ୨୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।

ତାଙ୍କ ଜନ୍ମସ୍ଥାନ କୁଞ୍ଜବନ ଗ୍ରାମକୁ ମର ଶରୀର ଆସିବା ପରେ ଗ୍ରାମ ଓ ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିଲା। ଗ୍ରାମ ଶ୍ମସାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହକାରେ ତୋପ ସଲାମୀ ଦିଆଯିବା ପରେ ଏକ ମାତ୍ର ପୁତ୍ର ବିରୁପାକ୍ଷ ପ୍ରଧାନ ମୁଖାଗ୍ନୀ ପ୍ରଦାନ କରିଥିଲେ। ଏହି ସମୟରେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା, ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ସୀମା ସୁରକ୍ଷା ବାହିନୀର ଉଚ୍ଚ ଅଧିକାରୀ ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ତାଙ୍କର ପତ୍ନୀ ପକ୍ଷାଘାତ ରୋଗରେ ପିଡିତ ଥିବା ବେଳେ ୨ ଝିଅ ମଧ୍ୟ ଉପସ୍ଥିତ ଥିଲେ।