Odiapua.com

ସୀମା ମାଝୀଙ୍କ ମୃତ୍ୟୁକୁ ନେଇ ସର୍ବଭାରତୀୟ ଦଳିତ ମହିଳା ଦଳତ ଅଧିକାର ମଂଚର ନ୍ୟାୟିକ ତଦନ୍ତ ଦାବୀ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୧୪ ତାରିଖରେ ଧାମରା ଅର୍ନ୍ତଗତ ଜାଗୁଳା ଗ୍ରାମର ଏକ ଦଳିତ ନାବାଳିକା କନ୍ୟାକୁ ଶ୍ୱଶୁର ଘର ଲୋକେ ମାରି ଦେଇ ତାକୁ ଫାଶିର ରୂପ ଦେଇଥିବା ନେଇ ଧାମରା ମେରାଇନ ଥାନାରେ ଏକ କେସ ରୁଜୁ ହୋଇଥିଲା । ଆଜକୁ ଦୀର୍ଘ ୧୦ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣାର ତଦନ୍ତ ଆଗକୁ ବଢି ପାରୁନାହିଁ ଫଳରେ ସୀମା ମାଝୀଙ୍କ ପରିବାରକୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । ଏହି ଘଟଣାକୁ ନେଇ ଆଜିସର୍ବଭାରତୀୟ ଦଳିତ ମହିଳା ଅଧିକାର ମଂଚର ରାଜ୍ୟ ସଂଯୋଜିକା ଶଶିମାନସୀ ସିଂ ଏବଂ ତାଙ୍କ ସହଯୋଗୀ ସୁପ୍ରଭା ଦିଗାଲ ଆସି ଧାମରା ମେରାଇନ ଥାନାଧିକାରୀଙ୍କୁ ଭେଟି ଏହି କେସ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ଆଜି ପର୍ଯ୍ୟନ୍ତ ଏହାର ନ୍ୟାୟିକ ତଦନ୍ତ ହୋଇ ପାରିଲା ନାହିଁ ସେ ବିଷୟରେ ପଚାରି ବୁଝିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ସୀମା ମାଝୀ ନାବାଳିକା ହୋଇଥିବା ବେଳେ ଏକ ସବର୍ଣ ଜାତିର ପୁଅ ସୀମାକୁ ଭଲ ପାଇ ନେଇ ଘରେ ରଖିବା ର ୩ ମାସ ମଧ୍ୟରେ ସଂପୃକ୍ତନାବାଳିକାକୁ ମାରି ଦେଇ ଆତ୍‌ମହତ୍ୟାର ରୂପ ଦେଇଛନ୍ତ ବୋଲି ସଂପୃକ୍ତ ରାଜ୍ୟ ସଂଯୋଜିକା ଏ ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି । ସଂପୃକ୍ତ ଥାନାଧିକାରୀ ଏହି ତଦନ୍ତ ଖୁବ ଶୀଘ୍ର ସାରି ସୀମା ମାଝୀର ପରିବାରକୁ ନ୍ୟାୟ ଦେବା ସହ ସଂପୃକ୍ତ ଦୋଷୀଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବିଧାନ କରିବାକୁ କହିଥିଲେ । ତଦନ୍ତ କରୁଥିବା ଧାମରା ଥାନାଧିକାରୀ ବର୍ତମାନ ଏହି ତଦନ୍ତ ଭାର ଏସଡିପିଓ ନିଜେ ନେଇ ଥିବା କଥା ସଂପୃକ୍ତ ସର୍ବଭାରତୀୟ ଦଳିତ ମହିଳା ଅଧିକାର ମଂଚର ରାଜ୍ୟ ସଂଯୋଜିକାଙ୍କୁ କହିଥିଲେ । ଆଗାମୀ ଦିନରେ ନ୍ୟାୟ ନମିଳିଲେ ଦଳିତ ମହିଳା ମହାସଂଘ ନ୍ୟାୟଭିକ୍ଷା ପାଇଁ ଥାନା ଘେରାଉ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ଧାମରା ପଂଚାୟତର ବିଜେପି ନେତା ପ୍ରଦ୍ୱୀପ ରାଉତ.ବାପୁଜୀ ମାଝୀ,ମୃତ ନାବାଳିକାଙ୍କ ପିତା କରବୀର ମାଝୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହି ନ୍ୟାୟରେ ପାତର ଅନ୍ତର ସୃଷ୍ଟି ହେଲେ ସେମାନେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଦଳିତ ମହାସଂଘର ମିଲନ ଦାସ ମତ ରଖିଛନ୍ତି ।