Odiapua.com

ସୀମାନ୍ତ ସୁକୁମା ଓ ମାଲକାନଗିରି ଆକାଶରେ ସୂର୍ଯ୍ୟଙ୍କ ଚର୍ତୁପାଶ୍ୱର୍ରେ ବିରଳ ବଳୟ ଦୃଶ୍ୟ

ମାଲକାନଗିରି,୯ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ବ୍ୟାପିଥିବା ବେଳେ ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ଓ ମାଲକାନଗିରି ଜିଲ୍ଲାବାସୀ ଆକାଶରେ ଏକ ଜାଗତିକ ଦୃଶ୍ୟ ଦେଖି ଚକିତ ହୋଇପଡିଥିଲେ । ସୂର୍ଯ୍ୟଙ୍କ ଚର୍ତୁପାଶ୍ୱର୍ରେ ଏକ ନୀଳରଙ୍ଗର ବୃତାକାର ଘୂଣ୍ଣ ର୍ିବଳୟ ଆକାଶରେ ଦୃଷ୍ଟିଗୋଚର ହୋଇଥିଲା । ଏହା ପ୍ରାୟ ୧୦ମିନିଟ ଧରି ସ୍ଥିର ହୋଇ ରହିଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ଏହି ଦୃଶ୍ୟକୁ କିଛି ଯୁବକ କ୍ୟାମେରା ରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିବାର ଜଣାପଡିଛି । ଏହି ଦୃଶ୍ୟ ପ୍ରାୟ୫୦ ବର୍ଷ ପୁବ ର୍ରୁ ହୋଇଥିଲା, ଏହା ବିଶ୍ୱ ବାସୀଙ୍କୁ କୌଣସି ଏକ ଶୁଭସଂକେତ ଦେଉଛି ଯହା ଜଣାପଡୁଛି ସମଗ୍ର ବିଶ୍ୱରୁ ଏବେ କରୋନା ମାହାମାରି ଦୂର ହେବାର ସୁଚାନା ମିଳୁଛି ବୋଲି ମାଲକାନଗିରି ଜିଲ୍ଲାର କିଛି ବୟୋଜେଷ୍ଠ ବ୍ୟକ୍ତି କହିଛନ୍ତି ।