Odiapua.com

ସୀମାନ୍ତ ମୋଟୁ ଥାନା ପୁଲିସ ପକ୍ଷରୁ ଚଢଉ,ମିନିଟ୍ରକ ସହ୧୨୦ କେଜି ଗଜେଂଇ ଜବତ,୪ଗିରଫ

ମାଲକାନଗିରି,୫ା୬(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାଗଜେଂଇ ଚାଷ ଓ ଚୋରାଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ମୋଟୁ ଥାନା ପୁଲିସ କୁ ମିଳିଛି ବଡଧରଣର ସଫଳତା । ଗତକାଲି ରାତ୍ରରେ ସୀମାନ୍ତ ମୋଟୁ ଥାନା ଆଇଆଇସି ରଘୁନାଥ ମାଝୀ ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଏମପିଭି୧୨୮ ଗ୍ରାମ ଛକରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଟାଟା ଏସଏଫସି ଓଆର୧୦ଜି.୦୦୪୧ ନମ୍ବରମିନିଟ୍ରକ ଟିଏ ଦୃତଗତିରେ ସେହି ରାସ୍ତାରେ ପଳାଇ ଯାଉଥିବାର ଦେଖି ପୁଲିସ ସେହି ଗାଡି କୁ ଗୋଡାଇ ଅଟକାଇ ଥିଲେ, ସେହି ଗାଡି କୁ ଖାନତଲାସି କରିବାରୁ ବଡ ବଡ ପ୍ଲାଷ୍ଟିକ ୪ଟି ବସ୍ତା ରେ ଗଜେଂଇ ପ୍ୟାକେଟ ବୋଝେଇ ହୋଇରହିଥିଲା । ଗଜେଂଇ ଗାଡି ଜବତ ସହ ଗାଡିରେ ବସିଥିବା ୪ଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଆଜି ସକାଳେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ଗଜେଂଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିବାରୁ ୧୧୯କେଜି ୬୦୦ଗ୍ରାମ ଗଜେଂଇ ହୋଇଥିଲା । ଏହି ଗଜେଂଇର ମୂଲ୍ୟ ପ୍ରାୟ ୧,୧୯୦୦୦ଟଙ୍କା ହେବ ବୋଲି ପୁଲିସ କହିଛି । ଗଜେଂଇ ଚାଲାଣକରୁଥିବା ଅଭିଯୋଗରେ ମୋଟୁ ଥାନା ଏମପିଭି ୪୧ଗ୍ରାମର ଅମ୍ରିତୋ ବିଶ୍ୱାସ (୨୩),ମିଥୁନ ମଣ୍ଡଳ(୨୯),ଏମପିଭି୮୨ ଗ୍ରାମର ଅମିୟ ଭଦ୍ର(୩୨),କାଲିମେଳା ବସାପା କଲୋନିର ଶିଶି ଭୂଷଣ ଘୋଷ(୨୯)ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ନଗଦ୧୫୦୦ଟଙ୍କା ୫ଟି ମୋବାଇଲ ଫୋନ ଜବତ ହୋଇଥିବାର ପୁଲିସ ସୁଚନାଦେଇଛନ୍ତି ।ଗତ ୨୦୧୯ମସିହାରେ ଜିଲ୍ଲାର ବିଭିନ୍ନ ଥାନାରେ ୧୨୨ଟି ଏନଡିପିଏସ କେସ ରୁଜୁକରାଯାଇ ବେଆଇନ ଗଜେଂଇ ଚୋରାଚାଲାଣ ଅଭିଯୋଗରେ ୨୨୭ଜଣଙ୍କୁ ଗିରଫ କରାଯିବାସହିତ ୨୪,୭୮୬ କେଜିଗଜେଂଇ ସହ ୯୧ଟି ଗାଡି ଜବତ ହୋଇଛି । ଠିକ ସେହିପରି ୨୦୨୦ ମସିହା ଚଳତି ମାସ ସୁଦ୍ଧା ବିଭିନ୍ନ ଥାନାରେ ୩୩ଟି କେସ ରୁଜୁକରାଯାଇ ବେଆଇନ ଗଜେଂଇ ଚୋରାଚାଲାଣ ଅଭିଯୋଗରେ ୬୨ଜଣଙ୍କୁ ଗିରଫ କରାଯିବାସହିତ ୮,୧୩୩.୮କେଜିଗଜେଂଇ ସହ ୨୫ଟି ଗାଡି ଜବତ ହୋଇଛି ବୋଲି ଏସପି ରିଶିକେଶ ଡି ଖିଲାରୀ ଏକ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।