Odiapua.com

ସୀମାନ୍ତ ମୋଟୁ ଠାରେ ପାପ୍ ମଚଂର ସାମ୍ବାଦିକ ସମ୍ମଳନୀ,ପୋଲାଭରମ ପ୍ରକଳ୍ପକୁ ବିରୋଧକରି ୪ଟି ରାଜ୍ୟବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ମାଲକାନଗିରି,୨୩ା୭ (ଓଡିଆ ପୁଅ ) ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ନେଇ ଗତ କିଛିବର୍ଷହେଲା କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତା ମନ୍ତ୍ରୀ ଓ ଜନତା ଙ୍କ ମଧ୍ୟରେ ଯୋରଦାର ଆନ୍ଦୋଳନ ତେଜିଥିଲା । କିଛି ବର୍ଷର ନିରବତା ପରେ ପୁଣି ପୋଲାଭରମ୍ ଝଡ ନେତା ଓ ଜନତା ଙ୍କ ମଧ୍ୟରେ ଦେଖା ଦେଇଛି । ଆନ୍ଦ୍ରସରକାରଙ୍କ ପୋଲଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ଆନ୍ଦ୍ରପ୍ରେଦଶ ତେଲାଙ୍ଗାନ,ଛତିଶଗଡ,ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ପିପୁଲ ଏଗନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ମଚଂ(ପାପ୍‌) ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆନ୍ଦ୍ରସରକାର ଓ କଂଗ୍ରେସ ଦଳ ବିରୋଧରେ ବିଷଉଦଗାର କରିଛନ୍ତି । ପାପ୍ ମଚଂର ସଭାପତି ପ୍ରଭାକର ହନ୍ତାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ପ୍ରେସ ମିଟରେ ଆନ୍ଦ୍ରସରକାରଙ୍କ ପୋଲାଭାରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରାଯାଇଛି । ପୋଲାଭରମ ପ୍ରକଳ୍ପ ମାମଲା ସୁପ୍ରିମ କୋର୍ଟରେ ବିଚାରଧିନ ଥିବା ବେଳେ ତତ୍କାଳିନ କଂଗ୍ରେସ ଉପା ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କଲେ , ସେତେବେଳେ ନବରଙ୍ଗପୁର ପୁର୍ବତନ ସାଂସଦ ପ୍ରଦୀପ ମାଝୀ ଗଣମାଧ୍ୟମକୁ ସୁଚନା ଦେଇଥିଲେ ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ୱାରା ମାଲକାନଗିରି ଜିଲ୍ଲାର କିଛି କ୍ଷତି ହେବା ନାହିଁ ବୋଲି, ତାଙ୍କ ପଦବି ପଳାଇଗଲାପରେ ପୁଣି ଗତ କିଛି ଦିନତଳେ ମୋଟୁ ଅଚଂଳ ଗସ୍ତକରି ସେ ଗଣମାଧ୍ୟମକୁ କହିଥିଲେ ପୋଲାଭରମ ପଛୁଆ ଜଳ ଠେସିବା ଦ୍ୱାରା ମୋଟୁ ଅଚଂଳର ଅନେକ କ୍ଷତି ଘଟାଇବା ସହିତ ୨୦ଟି ଗ୍ରାମ ଜଳ ମଗ୍ନ ହୋଇ ଯିବ, ଏହା ତାଙ୍କର କଂଗ୍ରେସ ରାଜନୀତି କହି ସିଧାସଳଖ ଭାବେ ଶ୍ରୀ ମାଝୀଙ୍କୁ ଏହି ସାମ୍ବାଦିକ ସମ୍ମିଳନୀରେ ଆକ୍ଷେପ କରିଥିଲେ ଶ୍ରୀ ହନ୍ତାଳ । ପୋଲାଭରମ ପ୍ରକଳ୍ପ ନିର୍ମାଣ ହୋଇନଥିବା ବେଳେ ୧୯୮୬ ଓ ୨୦୦୬ ମସିହାରେ ପ୍ରବଳ ବର୍ଷାରେ ସାବେରୀ ,ସିଲେରୁନଦୀ ରେ ବନ୍ୟା ଆସି ମାଲକାନଗରି ଜିଲ୍ଲାର ପଡିଆ,କାଲିମେଳା , ମାଥିଲି,କୋରକୁଣ୍ଡା ୪ଟି ବ୍ଲକର ଶତାଧିକ ଗ୍ରାମ କ୍ଷତି ଗସ୍ତ ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଅନେକ ଗ୍ରାମ ଜଳମଗ୍ନ ହେବା ସହିତ ମୋଟୁ ତହସିଲ ଅଚଂଳ ମାନଚିତ୍ରରୁ ଲିନ ହୋଇଯିବ । ଆସନ୍ତା ୮ତାରିଖ ବିଶ୍ୱ ଆଦିବାସୀ ଦିବସ ଅବସରରେ ଓଡିଶା,ଆନ୍ଦ୍ର, ତେଲାଙ୍ଗାନା,ଛତିଶଗଡ ୪ଟି ରାଜ୍ୟର ବିସ୍ତାପିତ ହେବାକୁ ଯାଉଥିବା ଗ୍ରାମବାସୀ ମାନେ ସୀମାନ୍ତ ମୋଟୁ ଠାରେ ବିରାଟ ଆନ୍ଦୋଳନ କରିବା ସହ ପ୍ରକଳ୍ପ ବିରୋଧରେ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ଦେବାପାଇଁ ନିସ୍ପତି ନିଆଯାଇ ଥିବାର ପାପ୍ ର ସଭାପତି ଶ୍ରୀ ହନ୍ତାଳ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ଅଧ୍ୟକ୍ଷ ମାନସ ମାଡକାମି,ପାପ୍ ର ଉପସଭାପତି ଦାରିଲିଙ୍ଗା,ସାଧାରଣ ସଂପାଦକ ସନ୍ନମ ଭେଙ୍କଟ ରାମାନା,ଯୁଗ୍ମ ସଂପାଦକ ଏଡି ଦେବାଦନମ ପ୍ରମୁଖ ଉପସ୍ଥିତ ରହି ପୋଲାଭରମ ପ୍ରକଳ୍ପ ବିରୋଧରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଆନ୍ଦ୍ରପ୍ରଦେଶ ସରକାରଙ୍କ ଏହି ପ୍ରକଳ୍ପରେ ଛତିଶଗଡ,ଓଡିଶା,ତେଲାଙ୍ଗାନା ରାଜ୍ୟ ସହିତ ଓଡିଶାର ମାଲକାନଗିରି ଜିଲ୍ଲା ମୋଟୁତହସିଲ ଅଂଚଳର ପ୍ରାୟ ୩୦ହଜାରରୁ ଉର୍ଦ୍ଦ ଆଦିବାସୀ ଭିଟାମାଟି,ଜମିବାଡି ହରାଇ ବାସଚ୍ୟୁତ ହୋଇ ବିପଦମୁହଁକୁ ଟାଣିହୋଇ ଯିବେ । ଏହିପ୍ରକଳ୍ପ ଦ୍ୱାରା ଅନେକ ମୁଲ୍ୟବାନ ଜମି,ଜଙ୍ଗଲ ଜଳରେ ବୁଡିଯିବ ।ରାଜ୍ୟସରକାର ଓ ମାଲକାନଗିରି ଜିଲ୍ଲାବାସୀଙ୍କପାଇଁ ଏକ ସଂଙ୍କଟମୟ ପରିସ୍ଥିତି ସୃଷ୍ଟିହୋଇ ଯିବ । ମାଲକାନଗିରି ଜିଲ୍ଲାର ଆଦିବାସୀ ଭିଟା ମାଟି କେବଳ ହରାଇବେ ନାହିଁ ଭାଷା,କଳାସଂସ୍କୃତି ମଧ୍ୟଲୋପ ପାଇଯିବାର ଆଶଙ୍କା ରହିଛି, ମାଲକାନଗିରି ଜିଲ୍ଲା ପଡିଆବ୍ଲକ ର ବିନାୟକପୁର,ପେଟା, ବାରିବାଛାଂ,ମୁରଲିଗୁଡା, ପୋଲୁର,କମଳାପୁରମ, କଟାଂଗୁଡା, ତାଡିମେଟଲା,ଆଲମା, କୁଟନପାଲି, ନିଳାକୋଟା,ପୁଶୁଗୁଡା ପ୍ରଭୁତି ୨୭ଟିଗ୍ରାମ ସହିତ ଓଡିଶାର ଦ୍ୱିତୀୟ କନ୍ୟାକୁମାରୀ କୁହା ଯାଉଥିବା ସାବେରୀ ସିଲେରୁ ଓ ଚିନାଗୋଦାବରୀ ତ୍ରୀନଦୀର ସଙ୍ଗମସ୍ଥଳ ମୁଗି ପଏଟଂ,ମୋଟୁ ତହସିଲ,ମଧୂସୁଦନପାର୍କ, ମୋଟୁଗାଁ, , ଥାନା,ବିଏସଏଫ କ୍ୟାମ୍ପ,ଜଗନ୍ନାଥମନ୍ଦିର ,ପଚାଂୟତଅଫିସ ସହିତ ହଜାର ହଜାର ହେକ୍ଟର ଚାଷ ଓ ଜଙ୍ଗଲ ଜମି ପୋଲାଭରମ୍ ପ୍ରକଳ୍ପ ଜଳଭଣ୍ଡାର ମଧ୍ୟରେ ଲିନ ହୋଇ ଯିବ, ମାଲକାନଗିରି ଜିଲ୍ଲାର ସାବେରୀ ଓ ସିଲେରୁ ନଦୀ କୂଳରେ ଥିବା ଗ୍ରାମଗୁଡିକ ଜଳମଗ୍ନ ହେବାସହ ଅନେକ ଜଙ୍ଗଲ ନଷ୍ଟ ହେବ, ବିଶେଷକରି ମୋଟୁ ତହସିଲ ପଡିଆବ୍ଲକ ର ମୋଟୁ, ବିନାୟକପୁର, ପେଟା,ଆଲମା, ମୁରଲିଗୁଡା, ଗୋରସପାଲି, ପୁସୁଗୁଡା,କାଦାଗୁଡା, ବାରିବାଛାଂ,ସିମିଳିବାଛାଂ ଅନେକ ଗ୍ରାମ ନିଶ୍ଚିନ୍ନ ହୋଇ ଯିବ,୬୯୫୦ହେକ୍ଟର ଜମିଜଳ ମଗ୍ନ ହେବାସହ ୪୮୨୬ଜଣ ଆଦିବାସୀ ବିସ୍ଥାପିତ ହୋଇ ନିଜର ଘରବାଡି ଜମି ହରାଇବାର ଆସଙ୍କା ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା ।