Odiapua.com

ସୀମାନ୍ତ ମୋଟୁ ଠାରେ କରୋନା ଯୋଦ୍ଧା ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନିତ କଲେ ତହସିଲଦାର

ମାଲକାନଗିରି,୧୧ା୫ (ଓଡିଆ ପୁଅ ) ମହାମାରି କରୋନା ସମଗ୍ର ବିଶ୍ୱକୁ ଗ୍ରାସ କରି ଭୟାବହ ପରିସ୍ଥିତୁ ସୃଷ୍ଟି କରିଥିବାରୁ ଲକ ଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନରେ ବିଭିନ୍ନ ରାଜ୍ୟରୁ ଶହ ଶହ ସଂଖ୍ୟାରେ ପ୍ରବାସୀ ଓଡିଆ ଶ୍ରମିକ ମାନେ ସୀମାନ୍ତ ମୋଟୁ ରାସ୍ତାଦେଇ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରୁଛନ୍ତି । ସେମାନଙ୍କୁ ମୋଟୁ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଚେକ ପୋଷ୍ଟ କରାଯାଇ ସେଠାରେ ଅଟକ ରଖି ସାନିଟାଇଜ କରିବା ପରେ ଡାକ୍ତରୀପରୀକ୍ଷା କରି କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ର କ୍ୱାରେଟାଂଇନ କୁ ପଠାଇ ଦିଆଯାଉଛି । ଇତି ମଧ୍ୟରେ ପ୍ରାୟ୮ହଜାରରୁ ଉର୍ଦ୍ଦ ପ୍ରବାସୀ ଓଡିଆ ମୋଟୁ ରାସ୍ତାଦେଇ ଫେରିସାରିଲେଣି । କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ କେନ୍ଦ୍ର ଗୁଡିକରେ ନିୟୋଜିତ ସଫେଇ କର୍ମଚାରୀ ମାନେ ଦିନରାତି ପ୍ରବାସୀ ମାନଙ୍କର ସେବାରେ ଲାଗି ନିଜର ପିଲାଛୁଆ ଘର ସସାଂର କୁ ଭୁଲି ଯାଇଥିବାରୁ ସେମାନଙ୍କ କାର୍ଯାକୁ ଉଚ୍ଚପ୍ରଶଂସା କରି ଆଜି କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ପହଁଚି ସେହି ସଫେଇ କର୍ମଚାରୀ ମାନଙ୍କୁ ପ୍ରକୃତ କରୋନା ଯୋଦ୍ଧା ଭାବେ ସମ୍ମାନିତ କରି ପୁରସ୍କାର ପ୍ରଦାନ କରିଛନ୍ତି ।