Odiapua.com

ସୀମାନ୍ତ ମୋଟୁ ଚେକପୋଷ୍ଟ ରେ ଜିଲ୍ଲାପାଳ ପହଁଚି କରୋନା ସ୍ଥିତି ଅନୁଧ୍ୟାନ କଲେ ।

ମାଲକାନଗିରି,୬ା୫ (ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା, ଛତିଶଗଡ,ଓଡିଶା ଚାରି ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲା ମୋଟୁ ଚେକପୋଷ୍ଟ ଠାରେ ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଲେଉଟାଣି ହୋଇଛି ଭୟଙ୍କର,ପୁବ ର୍ବର୍ଷ ଅପେକ୍ଷା ଚଳତ ବର୍ଷ ଏହା ର ସଂକ୍ରମଣ ବହୁମାତ୍ରାରେ ବଢିଯାଇଛି । କରୋନା ସଂକ୍ରମଣ ଭୟରେ ଚାକିରି ବାକିରି ଛାଡି ନିଜ ଜୀବନକୁ ବଚାଂଇବା ପାଇଁ ଗତ ବର୍ଷ ଭଳି ପ୍ରବାସୀ ଶ୍ରମିକ ମାନେ ସୀମାନ୍ତ ମୋଟୁ ଚେକପୋଷ୍ଟ ଦେଇ ନିଜ ନିଜଘରକୁ ଫେରିବାକୁ ଲାଗିଲେଣି । କରୋନା କଟକଣା କୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଘରବାହୁଡା ଶ୍ରମିକ ମାନଙ୍କ ପାଇଁ ସମସ୍ଥ ପ୍ରକାର ସୁବ୍ୟବସ୍ଥା କରାଯାଇଛି । ସୀମାନ୍ତ ମୋଟୁ ଚେକପୋଷ୍ଟ ଠାରେ ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ପହଁଚି ସ୍ଥତିଅନୁଧ୍ୟାନ କରିବା ସହିତ କୋଭିଡ ନିୟମ ଓ କରୋନା କଟକଣା ସଂପର୍କରେ ସେଠାରେ ଇଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର ,କାଲିମେଳା ବିଡିଓ ଉମାଶଙ୍କର ଦଳେଇ ଓ ଅନ୍ୟାନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଆନ୍ଦ୍ର ପ୍ରଦେଶ, ଛତିଶଗଡ, ତେଲାଙ୍ଗାନା ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଚେକପୋଷ୍ଟ ପ୍ରବେଶ ପଥ ଦେଇ ୫ତାରିଖ ସୁଦ୍ଧା ୧୩୩୭୬ ଜଣ ପ୍ରବାସୀ ଶ୍ରମିକ ଘରବାହୁଡା ହେଲେଣି, ଏମାନଙ୍କ ମଧ୍ୟରୁ ୬୭୧୮ ଜଣ ମାଲକାନଗିରି ଜିଲ୍ଲାର ଥିବା ବଳେ ୫୮୧୮ ଜଣ ଅନ୍ୟାନ ଜିଲ୍ଲା ର ଓ ୮୪୬ ଜଣ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକ ଫେରିଛନ୍ତି । ବାହାର ରାଜ୍ୟ ରୁ ଆସୁଥିବା ବ୍ୟକ୍ତିମାନଙ୍କର ୭୨ଘଟାଂମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଟିକାନେବାର ସାର୍ଟିଫେକଟ ଦେଖାଯାଇ ସୋମାନଙ୍କୁ ଜିଲ୍ଲାଭିତରକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଉଛି । ଆଟିଂଜେନ କୋଭିଡ ଟେଷ୍ଟ କରାଯାଇ ଯାହାର ଜ୍ୱର କିମ୍ବା କିଛି ଲକ୍ଷଣ ଦେଖାଯାଉଛି ସେବ୍ୟକ୍ତି ମାନଙ୍କୁ ଗୃହସଂଘରୋଧ, ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି) କିମ୍ବା ସିଏଲଟିଏମସି ରେ ରଖିବା ନିମନ୍ତେ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି ।ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର,କ୍ୱାରେଟାଂଇନ ଗୃହର ବ୍ୟବସ୍ଥା କରାଯାଇଛି ,ବିଭିନ୍ନ ସହର ଜନଗହଳି ସ୍ଥାନମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟବିଭାଗ ଟିମ ଦ୍ୱାରା କୋଭିଡ ପରୀକ୍ଷା କରାଯାଉଛି । ମାଲକାନଗିରି ପୌରପରିଷଦ ସହ ସାତଟି ବ୍ଲକପାଇଁ କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ୨୪ଘଟିଂଆ ସ୍ୱତନ୍ତ୍ର ଭାବେ ୧୨ଟି ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଛି,କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଗତ ୫ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯିବା ସହ ସପ୍ତାହାନ୍ତ ଶନିବାର ଓ ରବିବାର ସଟ୍‌ଡାଉନ୍ ଜାରି କରାଯାଇଛି । ଆନ୍ଦ୍ରପ୍ରଦେଶରେ କରୋନା ର ପାଦୃଭାବ ଅଧିକ ଥିବାରୁ ସୀମାନ୍ତ ମୋଟୁ ସିଲେରୁ ନଦୀର କାଲେରୁ ସେତୁ ବୋର୍ଡର ଚେକ ପୋଷ୍ଟ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି ,ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କରା ଯାଇଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀ ରେ ରଖି ଡାକ୍ତରୀ ପରୀକ୍ଷା ଓ ଥର୍ମାଲ ସ୍କ୍ରୀନିଂ ଓ ଆଟିଂଜେନ କୋଭିଡ ପରୀକ୍ଷା କରାଯାଉଛି , କୋଭିଡ ନିୟମ ମାନିବା ସହିତ ଜିଲ୍ଲାବାସୀ କିପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ପାଇଁ ୨୪ଘଟିଂଆ କଂଟ୍ରୋଲ ରୁମ ଖୋଲାଯାଇଛି । କୋଭିଡ ନିୟମକୁ କଡା କଡି କରି ମାସ୍କ ପରିଧାନ, ସମାଜିକ ଦୂରତା ଅବଲମ୍ବନ କରିବା ଓ କୌଣସି ସ୍ଥାନରେ ଭିଡ ନକରିବା ପାଇଁ ଜିଲ୍ଲାପ୍‌୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୁଚନା ଦିଆଯାଇଛି ।