Odiapua.com

ସୀମାନ୍ତ ଛତିଶଗଡ ରାଜ୍ୟ ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କରିଥିବାରୁ ମାଲକାନଗିରି କଂଗ୍ରେସ ଦଳ ଖୁସି ମନେଇଲେ

ମାଲକାନଗିରି,୧୧ା୧୨ (ଓଡିଆ ପୁଅ ) ଚଳିତ ନିର୍ବାଚନରେ ସୀମାନ୍ତ ଛତିଶଗଡ ରାଜ୍ୟରେ ୧୫ବର୍ଷର ବିଜେପି ଶାସନକୁ ପରାଜୟ କରି ବିପୁଳ ସଂଖ୍ୟାରେ କଂଗ୍ରେସ ଦଳ ବିଜୟ ହାସଲ କରିଥିବାରୁ ମାଲକାନଗିରି ଜିଲ୍ଲା କଂଗ୍ରସ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଡକା ଯାଇ  ଖୁସିମନାଯାଇଛି । ଭୋଟଗଣତି ପରେ ଆଜି ସଂନ୍ଧ୍ୟାରେ ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳଅଫିସରେ ଜିଲ୍ଲାସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଡକା ଯାଇଥିଲେ । ସୀମାନ୍ତ ଛତିଶଗଡ ରାଜ୍ୟରେ ବିଜେପି ସରକାରଙ୍କୁ କଂଗ୍ରେସ ଦଳ ଧୁଳିସାତ କରି ବିପୁଳସଂଖ୍ୟାରେ ବିଜୟ ହାସଲ କଲାପରି ଆଗାମି ଦିନରେ ଓଡିଶାର ନବୀନ ପଟନାୟକଙ୍କ ବିଜେଡି ଦଳ କୁ ଠିକ ସେହିପରି ପରାଜୟ କରିବାପାଇଁ ସମସ୍ତ କଂଗ୍ରେସ ନେତା ଓ କର୍ମୀ ମାନେ ଏବେ ଠାରୁ ଲାଗିପଡିବା ଦରକାର ବୋଲି ସଭାପତି କହିଥିଲେ ।କେବଳ ଛତିଶଗଡ ରାଜ୍ୟ ନୁହଁ ରାଜସ୍ଥାନରେ ମଧ୍ୟ କଂଗ୍ରେସଦଳର ବିଜୟ ହୋଇଛି । ଏହି ବିଜୟର ଖୁସିରେ ମାଲକାନଗିରି ଜିଲ୍ଲାର କଂଗ୍ରେସ ନେତା ଓ କର୍ମୀ ମାନେ ଆତସବାଜି ଫୁଟାଇ ଆନନ୍ଦରେ ନାଚିବା ସହିତ ନିଜ ନିଜ ମଧ୍ୟରେ ମିଷ୍ଟାନ ଖୁଆ ଖୋଇ ହୋଇ କୋଳା କୋଳି ହୋଇଥିଲେ । ବିଶେଷ କରି ସୁକୁମା ଜିଲ୍ଲା କୋଟାଂ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଲାକ୍ଷମା କବାସୀ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇ ୨୫ବର୍ଷ ଧରି କଂଗ୍ରେସ ଦଳର ବିଧାୟକ ଭାବେ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ସୁଭେଚ୍ଚା ଓ ବଧେଇ ଜଣାଯାଇଥିଲା, ଆଗାମି ନିର୍ବାଚନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଲକାନଗିରି ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସଦଳ କିପରି ବିଜୟ ହାସଲକରିବେ ସେ ସଂପର୍କରେ କଂଗ୍ରେସ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି  ରାମ ପଟନାଯକ,ମହିଳା କଂଗ୍ସରେସ ନେତ୍ମରୀ କମଳାବରାଳ,ପେଣ୍ଡ୍ରାପଣ୍ଡା, ପର୍ଶୁରାମ ଭକ୍ତ,ରବିରାଜେଶ, ଲ କ୍ଷମଣରାଓ,ପ୍ରଭାକରପାଳ,ଜି.ରାମକ୍ରିଷ୍ଣା,ଡି. ଚିନାରାଓ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଆଲୋଚନା କରିଥିଲେ ।