Odiapua.com

ସୀତାରାମ ୟେଚୁରୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଙ୍କ ସ୍ମୃତି ଚାରଣ ସଭା ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ ଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଯୋଗଦେଇ ସୀତାରାମ ୟେଚୁରୀ ଙ୍କ ଜୀବନୀ ଓ ରାଜନୈତିକ ସଂଗ୍ରାମ ସଂପର୍କରେ ଆଲୋଚନା କରିଥିଲେ । ଜଣେ ମେଧାବୀ ଛାତ୍ର ନେତା ରୁ କିପରି ଜଣେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ର ସର୍ବୋଚ୍ଚ ନେତା ଭାବେ ଭାରତରେ ବୈଜ୍ଞାନିକ ସମାଜବାଦ ପାଇଁ ସେ ଲଢେଇ କରିଥିଲେ ତାହା ସେ ଆଲୋଚନା କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ ଯୋଗଦେଇ ରାଜନୈତିକ ମେଂଟ ଇଣ୍ଡିଆ ଗଠନ କରି ଧର୍ମ ନିରପେକ୍ଷତା ର ସୁରକ୍ଷା ପାଇଁ ତାଙ୍କ ଲଢେଇ ସଂପକର୍ରେ ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ସୀତାରାମ ୟେଚୁରୀ ଙ୍କ ସହ ତାଙ୍କ ବ୍ୟକ୍ତିଗତ ବନ୍ଧୁତ୍ୱ ଓ ଫାଶୀବାଦ ବିରୋଧୀ ଲଢେଇରେ ସୀତାରାମ ୟେଚୁରୀ ଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ) ଜିଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଚନ୍ଦ୍ରଶେଖର ନାୟକ, ବରିଷ୍ଠ ନେତା ରବି ପଟ୍ଟନାୟକ, ପ୍ରଫୁଲ ପାଢୀ, ପ୍ରଭାସ ମହାପାତ୍ର, ଗିରିଧାରୀ ନାଥ, ରାଧା ଦାସ, ସିପିଆଇଏମ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବିନୋଦ ସାହୁ, ମଳୟ ଭୋଇ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଅଖିଳ ମୋହନ ପାଢୀ, କଂଗ୍ରେସ ଭଦ୍ରକ ବ୍ଲକ ସଭାପତି ତଥା ଆଇନଜୀବୀ ପ୍ରଫୁଲ୍ଲ ସାମଲ,ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ଆଇନଜୀବୀ ଅଗଣି ଚରଣ ଜେନା, ଆଇନଜୀବୀ ପବନ ଶର୍ମା, ଆଇନଜୀବୀ ମନୋରଞ୍ଜନ ଦାଶ , ପ୍ରମୁଖ ଯୋଗଦେଇ ସୀତାରାମ ୟେଚୁରୀ ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।