Odiapua.com

ସି.ଏମ.ସି କମିଶନର ଅନନ୍ୟା ଦାଶଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହେବା ପରେ କଟକରେ ବିଦାୟ କାଳୀନ ସମ୍ୱର୍ଦ୍ଧନା

କଟକ : ୨୨/୬ (ଓଡ଼ିଆ ପୁଅ/ଅଭୟ ଜେନା) ସିଏମସି କମିଶନର ଅନନ୍ୟା ଦାସଙ୍କୁ ଦିଆଗଲା ବିଦାୟ କାଳୀନ ସମ୍ବର୍ଦ୍ଧନା। କଟକ ମହାନଗର ନିଗମରେ ଦୀର୍ଘ ୩ ବର୍ଷ ଧରି କମିଶନର ହିସାବରେ କାର୍ଯ୍ୟ କରିବା ପରେ ଏବେ ସମ୍ବଲପୁରର ଜିଲାପାଳ ଭାବରେ ବଦଳି ହୋଇଛନ୍ତି ଅନନ୍ୟା। ତେବେ ଏହି ୩ ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି ସେ। ବିଶେଷକରି କୋଭିଡ଼ ମହାମାରୀ ସମୟରେ କଟକ ସହରରେ କୋଭିଡ ପରିଚାଳନା ଏକ ବଡ଼ ଆହ୍ୱାନ ଥିଲା। କଟକବାସୀଙ୍କ ସହଯୋଗରେ କୋଭିଡ ନିୟନ୍ତ୍ରଣରେ ସଫଳତା ମିଳିଥିଲା। ଏହି କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ଼ ବଡ଼ ପ୍ରକଳ୍ପ ଯେପରି ନେତାଜୀ ବସ ଟର୍ମିନାଲ, ବିଶ୍ୱସ୍ତରୀୟ ଏସିବି ପାଇଁ ଉଛେଦ ଏବଂ ଥଇଥାନ ଓ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ଅଗ୍ରାଧିକାର ଭିତ୍ତିରେ ସମ୍ପାଦନ କରିବା ପାଇଁ ତାଙ୍କ ପାଇଁ ଥିଲା ଆଉ ଏକ ବଡ଼ ଚ୍ୟାଲେଞ୍ଜ। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନାରେ ୩ ବର୍ଷ ର ଶ୍ରେୟ କଟକବାସୀଙ୍କୁ ଦେଇଛନ୍ତି ଓ କଟକଵାସୀଙ୍କ ଭଲ ପାଇବା ସବୁ ଦିନ ମନେ ରହିବ ବୋଲି କହିଛନ୍ତି ଅନନ୍ୟା ଦାସ। ତେବେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନାରେ କଟକ ମେୟର ସୁବାଷ ସିଂହ ଙ୍କ ସମେତ ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ, ଓ ଅନ୍ୟାନ୍ୟ ସଙ୍ଗଠନ ଉପସ୍ଥିତ ରହି ଅନନ୍ୟା ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।