ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା କ୍ରୀଡ଼ା ସଂଘ ମିଳିତ ଆୟୋଜନରେ ଆଜି ଭଦ୍ରକ କଲେଜ ପଡ଼ିଆରେ ସି.ଏମ୍. ଟ୍ରଫି କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ମହୋତ୍ସବକୁ ଭଦ୍ରକ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ସଭାପତି ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଳାପାଳ ରବିନାରାୟଣ ସାହୁ, ସି.ଡି.ଓ କମ୍ ଇ.ଓ, ଜିଲ୍ଳାପରିଷଦ ଶୁଭେନ୍ଦ୍ର ସାମଲ, ଜିଲ୍ଳା କ୍ରାଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ସମ୍ପାଦକ ଧିରେନ ପଲେଇ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଆସୋସିଏସନ୍ର ଯୁଗ୍ମ ସମ୍ପାଦକ ଆଇନଜୀବୀ ଅତିସ୍ ବେହେରାଙ୍କ ସଂଯୋଜନାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବାଡ଼ି, ଖୋ-ଖୋ, ଫୁଟବଲ୍, ଭଲିବଲ୍ କ୍ରାଡ଼ା ଆସନ୍ତା କାଲିଠାରୁ ଜିଲ୍ଳାର ବିଭିନ୍ନ ଯାଗାରେ ଖେଳାଯିବ। ଏହି ଖେଳ ନିମନ୍ତେ ଫୁଟବଲ୍ ଚାମ୍ପିୟନ୍ସ ସିପ୍ରେ ମୋଟ ୩୬୦, ଭଲିରେ ୨୦୮, କବାଡ଼ିରେ ୩୪୦, ଖୋ-ଖୋରେ ୨୮୦ ଜଣ ନାମ ପଞ୍ଜିକୃତ କରିଥିଲେ ଧାମନଗର ବ୍ଳକ ଦୋବଲ କାଳି ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ବାଳକ ଫୁଟ୍ବଲ ଖେଳ ପାଇଁ ବାଳକ ବିଭାଗରେ ୧୦ଟି ଓ ରାନ୍ଦିଆ ରାମେଶ୍ୱର ସ୍କୁଲ ପଡ଼ିଆରେ ବାଳିକା ବିଭାଗର ଫୁଟ୍ୱଲ ଖେଳ ପାଇଁ ବାଳିକା ବିଭାଗର ୪ଟି ଦଳକୁ ମିଶାଇ ମୋଟ ୨୮୦ ଜଣ, ତିହିଡ଼ି କାଳି ପଡ଼ିଆରେ ହେବାକୁ ଥିବା ଭଲିବଲ୍ କ୍ରୀଡ଼ା ପାଇଁ ବାଳକ ବିଭାଗରେ ୮ଟି ଓ ବାଳିକା ବିଭାଗରେ ୬ଟି ଦଳର ପାଇଁ ୧୬୮ ଜଣ, ଭଦ୍ରକ କଲେଜ ପଡ଼ିଆରେ ହେବାକୁ ଥିବା କବାଡ଼ି ପାଇଁ ବାଳକ ବିଭାଗରେ ୧୦ ବାଳିକା ବିଭାଗରେ ୬ଟି ଦଳ ପାଇଁ ୧୯୨ ଜଣ, ଖୋ- ଖୋ ଚାମ୍ପିୟନ୍ସିପ୍ର ବାଳକ ୧୦ ଓ ବାଳିକ ୬ ଟି ବିଭାଗ ପାଇଁ ମୋଟ ୧୯୨ ଜଣ ମନୋନୀତ ହୋଇଥିଲେ। ଉଦ୍ଘାଟନୀ ସମାରୋହକୁ ଆଥ୍ଲେଟିକ୍ ଆସୋସିଏସନ୍ର ଜତିକାନ୍ତ ନାୟକ, ବ୍ୟୋମକେଶ ସେନାପତି, ଭବତୋଷ ଦାସ, ରାଇମୋହନ ମହାପାତ୍ର, ପବନ ଶର୍ମା, ସଞ୍ଜିବ ଦାସ, ରବିନାରାୟଣ ପାଣିଗ୍ରାହୀ, ସୁଶିଲ ପଟ୍ଟନାୟକ, ରବିନାରାୟଣ ଓଝା, ସଞ୍ଜିବ ବେହରା, ଦେବଦତ ନାୟକ, ମନୋଜ ସାହୁ, ନାସିର୍ ଅଲ୍ଲି, ସୌମ୍ୟକାନ୍ତ ଉପାଧ୍ୟାୟ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଉପେନ୍ଦ୍ର ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ।