Odiapua.com

ସି.ଆର.ପି.ଏଫ ଯବାନ ରଶ୍ମିରଞ୍ଜନ ଲେଙ୍କାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

କଟକ, ୨୧/୧୦ (ଓଡ଼ିଆ ପୁଅ/ ଅଭୟ ଜେନା) ଗୁରୁତର ଅସୁସ୍ଥ ହୋଇ ପରଲୋକ ଘଟିଥିବା ସି.ଆର.ପି.ଏଫ ଯବାନ ରଶ୍ମିରଞ୍ଜନ ଲେଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଟକ କନ୍ଦରପୁରର ଶହ ଶହ ଅଞ୍ଚଳବାସୀ ଶୋକରେ ମ୍ରିୟମାଣ ହୋଇପଡିଥିଲେ।

ଆଜି କନ୍ଦରପୁର ଅଞ୍ଚଳ ପାଇଁ ଏକ ଶୋକାକୁଳ ପରିବେଶ ଥିଲା। ରଶ୍ମିରଞ୍ଜନଙ୍କ ପାଇଁ ଅପୂର୍ଵ ଭଲ ପାଇବାରେ କନ୍ଦରପୁର ଅଞ୍ଚଳ ଦୁଃଖରେ ବୁଡି ଯାଇଥିଲା। ରଶ୍ମିରଞ୍ଜନ ଅମର ରହେ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।

ଯବାନ ରଶ୍ମିରଞ୍ଜନଙ୍କର ଆଜିର ଏହି ଶେଷ ଯାତ୍ରା ରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକଙ୍କ ସହ କଟକ ସଦର ବିଧାୟକ ଚଦ୍ର ସାରଥୀ ବେହେରା, କଟକ ଜିଲ୍ଲା କଂଗ୍ରେସର ଉପ ସଭାପତି ମାନସ ରଞ୍ଜନ ସାହୁ, ନାରୀନେତ୍ରୀ ନଳିନୀପ୍ରଭା ଉଦଗାତ, ଯୁବ ନେତା ପ୍ରତାପ ମଲ୍ଲିକ, ରଜନୀକାନ୍ତ ସାହୁ, କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା, କନ୍ଦରପୁର ର ସରପଞ୍ଚ ପ୍ରଫୁଲ ଭୋଇ ଓ ଉଗ୍ରସେନ ଭୂୟାଁ ଙ୍କ ସମେତ ଶତାଧିକ ଅଞ୍ଚଳ ବାସି ଏହି ଅନ୍ତିମ ଯାତ୍ରା ରେ ଯୋଗ ଦେଇଥିଲେ।