Odiapua.com

ସିୟା ଏବଂ ସୁନ୍ନୀ ୱାକଫ ବୋର୍ଡ ମୁଖିଆଙ୍କୁ ୱାଇ+ ସୁରକ୍ଷା

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ପରେ ଉତ୍ତରପ୍ରଦେଶ ସରକାର ୟୁପି ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରମୁଖ ବସିମ ରିଜବୀ ଏବଂ ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡ ପ୍ରମୁଖ ଜୁଫର ଫାରୁକୀଙ୍କୁ ୱାଇ+ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି।ପୂର୍ବରୁ ଉଭୟଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଉଥିଲା।ଏହାସହ ମାମଲାର ଦୁଇ ପକ୍ଷକାର ଇକବାଲ ଅଂସାରୀ ଏବଂ ରାମ ଜନ୍ମଭୂମୀ ନ୍ୟାସ ସଦସ୍ୟ ଡଃ: ରାମ ବିଳାସ ବେଦାନ୍ତିଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି।-ଦେବଦତ୍ତ ରଥ