Odiapua.com

ସିସି ଟିଭିରେ କଏଦ ହେଲା ଚୋରର ଚୋରୀ ଦୃଶ୍ୟ

ବାହାନଗା,୧୪ ।୩(ଭାରତୀ ଦାସ/ ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଞ୍ଚଳରୁ ୩-୪ଦିନ ହେବ ଲଗାତର ଚୋରୀ ହେଉଛି । କିନ୍ତୁ ପୋଲିସ ପ୍ରଶାସନ ତା ଟେର ପାଉନି । ଫଳରେ  ରାତିରେ ଚୋରର ଫଟୋ ଏକ ଦୋକାନରେ ପଶି ଚୋରୀ କରୁ ଥିବା ସମୟରେ ସିସି ଟିଭି କ୍ୟାମେରାରେ କଏଦ ହୋଇ ଥିବାର ଜଣାପଡ଼ିଛି । ଗତ କିଛି ଦିନ ହେବ ଗୋପାଳପୁର ବଜାରରୁ ବିଭିନ୍ନ ଦୋକାନର ତାଲା ଭଙ୍ଗି , ବିଭିନ୍ନ ଘରେ ପଶି ବିଭିନ୍ନ ଘରୋଇ ଉପକରଣ ଚୋରୀ ହେଉଛି । ଗତ ଶନିବାର ଦିନ ଗୋପାଳପୁର ବଜାରରେ ଥିବା କୋପରେଟିଭ ବ୍ୟାଙ୍କ ତାଲା ଭଙ୍ଗା ଯିବା ଓ ଏଠାରେ ଥିବା ବନ୍ଧନ ବ୍ୟାଙ୍କରୁ ୩୦ହଜାର ଟଙ୍କା ଚୋରୀ ହୋଇ ଥିବାର ଗୋପାଳପୁର ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଇନଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସି ଟିଭି ଫୋଯେଜ ନେଇ ଯାଞ୍ଚ କରୁଥିବାର ଜଣାପଡ଼ିଛିା ଗତ ଶୁକ୍ରବାର ରାତିରେ ଏକ ଗ୍ରୋସେରୀ ଦେୀକାନରେ ପଶି ଥିବା ବେଳେ ସିସି ଟିଭି ଫୋଟେଜରେ ଚୋର ଚୋରୀ କରୁଥିବା ବେଳେ ତାର ଚେହେରା ସମ୍ମୁଖକୁ ଆସି ଥିବାର ଦେଖା ଯାଇଛି । ଏସବୁ ଜାଣି ସୁଦ୍ଧା ପୋଳିସ ନିସ୍କ୍ରିୟତା ପ୍ରକାଶ ପାଇ ଥିବାର ସାଧାରଣରେ ଚର୍ଚ୍ଚା ଚାଲିଛି । ସୂଚନା ଥାଉକି କିଛି ବର୍ଷ ପୂର୍ବେ ବଜାର କମିଟି ସିଦ୍ଧା ସଳଖ କଏଦ ହୋଇ ଥିବା ଚୋର ନାଁ ର ଅଭିଯୋଗ କରି ଗୋପାପୁର ଫାଣ୍ଡି ଆଗରେ ତାକୁ ଧରିବା ପାଇଁ ଧାଣାରେ ବସିଥିଲେ । ସେତେବେଳର ଫାଣ୍ଡି ଇନଜାର‌୍ୟ୍ୟ ବର୍ତ୍ତମାନର ଇନଚାର‌୍ୟ୍ୟ ବଂଶୀଧର ପ୍ରଧାନ ତାକୁ ଗିରଫ କରିବାକୁ ସାତ ଦିନ ସମୟ ମାଗିଥିଲେ । କିନ୍ତୁ ଏପର‌୍ୟ୍ୟନ୍ତ ସେ ଗିରଫ ନ ହେବା ସମସ୍ତଙ୍କ ମହଲରେ ଚକିତ ଓ ଆଲୋଚ୍ୟ ବିଷୟ ହୋଇଛି । ଯଦି ଖୁବ ଶିଘ୍ର ତାକୁ ଗିରଫ କରା ନଯାଏ ତାହେଲେ ପୁଣି ଏଠାରେ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି