Odiapua.com

ସିସିଏ ଓଡ଼ିଶା ପକ୍ଷରୁ ଜାତୀୟ ପେନସନ ଅଦାଲତ

ଭୁବନେଶ୍ୱର ୨୬-୮ (ଓଡ଼ିଆ ପୁଅ) ଭୁବନେଶ୍ୱରସ୍ଥିତ ଓଡ଼ିଶା ଟେଲିକମ ସର୍କଲର ସଂଚାର ଲେଖା ନିୟନ୍ତ୍ରକ (ସିସିଏ)ଙ୍କ ପକ୍ଷରୁ ଏକ ଜାତୀୟ ପେନସନ ଅଦାଲତ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସିସିଏ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏହି ଅଦାଲତ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ ପକ୍ଷରୁ କମିଶନର ତଥା ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା ପଦକ୍ଷେପକୁ ଅଧିକ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଓଡ଼ିଶା ସର୍କଲର ସିସିଏ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଉପସ୍ଥିତ ଥିଲେ। ସେ ତାଙ୍କ ଅଭିଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ଟେଲିକମ ବିଭାଗ ଏବଂ ବିଏସନଏଲର ପେନସନ ମାମଲାଗୁଡ଼ିକୁ ସମାଧାନ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଉଦଘାଟନୀ ଅଧିବେଶନରେ ବିଏସଏନଏଲ ମାନବ ସମ୍ବଳ ବିଭାଗ ମହାପ୍ରବନ୍ଧକ ପି.କେ ମହାପାତ୍ର, ସିସିଏର ସବୁଠୁ ବୟସ୍କ ପେନସନଭୋଗୀ ଚୈତନ୍ୟ ବେହେରା ଯୋଗ ଦେଇଥିଲେ।

ଏହି ଦିନିକିଆ କାର୍ଯ୍ୟକ୍ରମରେ ପେନସନଭୋଗୀଙ୍କ ଅଭିଯୋଗର ସମାଧାନ, ଆର୍ଥିକ ଏବଂ ନିବେଶ ଉତ୍ପାଦ ସମ୍ପର୍କରେ ସଚେତନତା, ଡିଜିଟାଲ ପ୍ରମାଣପତ୍ର ଓ ସମ୍ପନ୍ନ ସମ୍ପର୍କରେ ସଚେତନତା ଏବଂ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ନିରାପତା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୈଷୟିକ ଅଧିବେଶନରେ କମିଶନରେଟ ପୋଲିସ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଲଆଇସି, ଡାକ ବିଭାଗ, ବିଏସଏନଏଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ।