Odiapua.com

ସିଭିଲସପ୍ଲାଏ କରପୋରେସନ ଗୋଦାମରୁ ୨୧୦ବସ୍ତା ଗହମ ବେଆଇନ ଚାଲାଣ ଘଟଣା ସଦର ଥାନା ପୋଲିସ ଦ୍ୱାରା ମାଲିକ ଓ ଗାଡିଚାଳକ ଗିରଫ

କେନ୍ଦ୍ରାପଡା, ୨୧/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଠାରେ ଥିବା ସିଭିଲ ସପ୍ଲାଏ କରପୋରେସନ ଗୋଦାମରୁ ବେଆଇନ ଭାବେ ଏକ ଟ୍ରକରେ ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସକୁ ଚାଲାଣ ହେଉଥିବା ୨୧୦ବସ୍ତା ଗହମକୁ ଟ୍ରକ ସହିତ ଗୋପ – ଦୁତିଆଳ ରାସ୍ତାରେ ଗତ ଗୁରୁବାର ସଦର ଥାନା ପୋଲିସ ଜବତ କରିବା ସହ ଥାନା କେଶ ନମ୍ବର ୨୮୮/୨୦୨୦ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ୭(ଗ)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସେହି ଘଟଣାରେ ଆଜି ସଦର ଥାନା ପୋଲିସ ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସର ମାଲିକ ତଥା ଦୁତିଆଳ ଗ୍ରାମର ତାପସ କୁମାର ରାଉତ ଓ ଗହମ ଚୋରା ଚାଲାଣ ହେଉଥିବା ଆଇଚର ଗାଡିର ଚାଳକ ଚନ୍ଦନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୁତ୍ରରୁ ଜଣାପଡିଛି। କୋର୍ଟରେ ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭ୍ୟଙ୍କୁ ବାରିମୁଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଏଥିସହିତ ସଂପୃକ୍ତ ଗହମ ଘୋଟାଲା ଘଟଣାରେ ଅନ୍ୟ କିଏସବୁ ସଂପୃକ୍ତ ଅଛନ୍ତି ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି।