ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ଧାମରା ଶାଖାର ବରିଷ୍ଠ ନେତା, ଧାମରା ଅଂଚଳର ବହୁ ଅନୁଷ୍ଠାନର ପ୍ରତିଷ୍ଠାତା, ଓଡିଶା କୃଷକ ସଭାର ବରିଷ୍ଠ ନେତା ବୀରଭଦ୍ର ଜତି ୭୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁରେ ସିପିଆଇ(ଏମ) ପାର୍ଟି ଓ ଧାମରା ଅଂଚଳ ଜଣେ ବରିଷ୍ଠ ରାଜନେତା ଓ ସମାଜସେବୀ ଙ୍କୁ ହରାଇଛି । ତାଙ୍କ ମୃତ୍ୟୁ ରେ ତାଙ୍କ ଗ୍ରାମ ଜାଗୁଳା ସ୍ଥିତ ବାସଭବନରେ ତାଙ୍କ ମର ଶରୀର ପାଖରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ସିପିଆଇ(ଏମ) ଧାମରା ଶାଖା ସଂପାଦକ ଶଙ୍କର୍ଷଣ ବିଶ୍ୱାଳ, ବରିଷ୍ଠ ସିପିଆଇ(ଏମ) ନେତା କାର୍ତିକ ଖିଲାର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, କଂଗ୍ରେସ ନେତା ସୁରେଶ ଚନ୍ଦ୍ର ମାହୁନ୍ତ, ଚାଷୀ ନେତା ଅଭିରାମ ବଳ, ଚାଷୀ ନେତା କୀର୍ତନ ବିଶ୍ୱାଳ ପ୍ରମୁଖ ପହଂଚି ତାଙ୍କୁ ଶେଷ ଦର୍ଶନ କରି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଶେଷରେ ତାଙ୍କ ଘର ବାଡିରେ ତାଙ୍କ ଶେଷ କୃତ୍ଯ ସମ୍ପନ୍ନ କରାଯାଇଥିଲା ।