Odiapua.com

ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ ୧୬/୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋରନା ମହାମାରୀ ରାଜ୍ୟରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ଶ୍ରମ ଜୀବୀ ଲୋକ ଓ ପ୍ରବାସୀ ଶ୍ରମୀକମାନେ ନିଜର ଜୀବିକା ହରାଇଛନ୍ତି। ସେମାନଙ୍କ ପାଖରେ କାର୍ଯ୍ୟ ନାହିଁ କିମ୍ଭା ଖାଦ୍ୟ ବ୍ୟବସ୍ଥା ନାହିଁ ସେମାନଙ୍କୁ କାର୍ଯ୍ୟ ଦେବା ନିମନ୍ତେ ଆଜି ସି ପି ଆଇ ଏମ୍ ପକ୍ଷରୁ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ୯ ଦଫା ଦାବି ସମ୍ମିଳୀତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଆନ୍ତରାଜ୍ୟ ପ୍ରବାସୀ ଶ୍ରମୀକ ଆଇନ୍ ୧୯୭୯ ଆଇନ୍ କୁ କଡାକଡି ଭାବେ ଲାଗୁ କର, ମହାତ୍ମା ଗାନ୍ଧି ପ୍ରବାସୀ ଶ୍ରମିକ ମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀରେ ବାର୍ଷିକ ୨୦୦ ଦିନ କାମ ଯୋଗାଇଦେବା, ରାଜ୍ୟକୁ ଘେରି ଆସିଥିବା ସମସ୍ତ ପ୍ରବାସୀ ଶ୍ରମିକ ପରିବାରକୁ ମୁଣ୍ଡପିଚ୍ଛା ୧୦ କେଜି ହାରରେ ଚାଉଳ ଏବଂ ଗହମ ମାଗଣାରେ ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦେବା ଦାବି ଇତ୍ୟାଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଶରତ କୁମାର ରାୟଗୁରୁ, ସଂମ୍ପାଦକ ସି-ପି-ଆଇ-ଏମ୍‌, ଜଗନ୍ନାଥ ଦେଓ, ରଣଜିତ୍ ନାୟକ, କୁନା ନାୟକ, ରଶ୍ମିତା ଗୋଚ୍ଛିକାର, ପୂର୍ଣ୍ଣଚନ୍ଦ୍ର ଧଳ, ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଶ୍ଲୋଗାନମାନ ଦେଇଥିଲେ।