Odiapua.com

ସିପିଆଇଏମ୍ ଦଳ ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇଏମ୍ ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ସମଗ୍ର ଦେଶରେ କରୋନା ମହାମାରୀ ଦାଉରେ ଦେଶବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବାବେଳେ ବିଶେଷକରି ଗରିବ, କୃଷକ, ଶ୍ରମିକ, କର୍ମଚାରୀ ଓ ପଛୁଆ ବର୍ଗର ମଣିଷ ଦୁଃଖରେ ଦିନ କାଟୁଛି । ‘ବିକାଶ’ ନାମରେ ପ୍ରହଳିକା ସଅଷ୍ଟିକରି ମୋଦି ସରକାର ଆମ ଦେଶରେ ୧୯୫୫ ମସିହାରେ ହୋଇଥିବା ଅତ୍ୟାବଶ୍ୟକୀୟ ଆଇନ୍‌କୁ ଚାଷୀ କୃଷକର ସ୍ୱାର୍ଥକୁ ପଦଦଳିତ କରି କର୍ପୋରେଟ୍‌ଙ୍କ ହିତ ପାଇଁ ୩ ଗୋଟି ଅଧ୍ୟାଦେଶ ଯଥା ଅତ୍ୟାବଶ୍ୟକୀୟ ଆଇନ୍ ସଂଶୋଧନ ୨୦୨୦, କୃଷି ଉତ୍ପାଦକ, ବାଣିଜ୍ୟ ବ୍ୟାପାର (ପ୍ରୋତ୍ସାହନ ଓ ସହଯୋଗ ଅଧ୍ୟାଦେଶ-୨୦୨୦), କୃଷକଙ୍କ ମୂଲ୍ୟ ଆଶ୍ୱାସନା ଓ କୃଷିସେବା ଅଧ୍ୟାଦେଶ-୨୦୨୦ ଲୋକସଭା ଓ ରାଜ୍ୟସଭା ତଥା ଅନ୍ୟ ରାଜ୍ୟଙ୍କ ବିନା ବିଚାରରେ ପାସ୍ କରିଥିବାରୁ ଓ ଗତ କିଛିଦିନ ତଳେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ସମେତ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାରୁ ସମସ୍ତ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ଘଟିବାରୁ ସିପିଆଇଏମ୍ ପକ୍ଷରୁ ସାରା ଦେଶ ତମାମ ପ୍ରତିବାଦ କରାଯାଇଛି । ଆଜି ମୋଦି ସରକାର କଳକାରଖାନା, ଖଣିଖାଦାନ, ଗାଡିମୋଟର ଠାରୁ ଆରମ୍ଭ କରି ସବୁ ବନ୍ଦ କରିଦେଉଛନ୍ତି । ଶ୍ରମିକ ଓ ମୂଲିଆ କାମ ହରାଇବାରେ ଲାଗୁଥିବାବେଳେ ଚାଷୀର ଆଳୁ, ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକୀୟ ସାମଗ୍ରୀରୁ ବାଦ ଦେବା, ପେଟ୍ରୋଲ ଡିଜେଲର ଦାମ ବୃଦ୍ଧି କରିବାର ପ୍ରତିବାଦରେ ସବୁ ଗରିବଙ୍କୁ ମାସକୁ ୭୫୦୦ ଟଙ୍କା ଦେବା, ମୁଣ୍ଡପିଛା ମାସକୁ ୧୦ କିଲୋ ଚାଉଳ ଦେବା, ସରକାରୀ କଳକାରଖାନା ବିକ୍ରୀ ବନ୍ଦ କରିବା ଦାବୀ କରି ଏକ ବିକ୍ଷୋଭ ହୋଇଛି । ଏହି ବିକ୍ଷୋଭରେ ସିପିଏମ୍‌ର ଦିବ୍ୟସିଂହ ନାୟକ, ରାଧା ଦାସ, ନିରଂଜନ ପାଢୀ, ପ୍ରଭାସ ମହାପାତ୍ର, ପ୍ରଫୁଲ୍ଲ ପାଢୀ, ବିନୋଦ ସାହୁ, ସେକ୍ କମର, ମଦନ ଘଡେଇ, ସେକ୍ କାଲୁ, ସେକ୍ ସିକୁ, ମଣ୍ଟୁ ମୁଣ୍ଡା, ଚଗୁଲୁ ମାଝୀ, ନରହରି ବେହେରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ଏକ ପ୍ରତିବାଦ ସଭା ରାଧା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।