Odiapua.com

ସିପିଆଇଏମ୍ ଘଣ୍ଟେଶ୍ୱର ବ୍ରାଞ୍ଚ ସମ୍ମିଳନୀ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀ ବିରୋଧୀ ୩ଟି କଳା କୃଷି ଆଇନ୍‌କୁ ବାତିଲ, ରାଷ୍ଟ୍ର ପ୍ରାୟୋଜିତ ଗଣହତ୍ୟା ବନ୍ଦ , ଉତ୍ତରପ୍ରଦେଶରେ ଚାଷୀ ହତ୍ୟା କରିଥିବା ମନ୍ତ୍ରୀ ପୁଅ ଆଶିଷ ମିଶ୍ର ଓ ବିଜେପିର ଗୁଣ୍ଡା ବାହିନୀଙ୍କୁ ହତ୍ୟା ମକଦ୍ଦମାରେ ତୁରନ୍ତ ଗିରଫ , ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଶ୍ରମିକ ବିରୋଧୀ ଶ୍ରମ କୋଡ୍ ଗୁଡିକୁ ରଦ୍ଦ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ, ଘଣ୍ଟେଶ୍ୱର ଅଂଚଳରେ ସ୍ଥାୟୀ ଜଳସେଚନର ବ୍ୟବସ୍ଥା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଘଣ୍ଟେଶ୍ୱର ମହାବିଦ୍ୟାଳୟକୁ ଅଧିକ ସରକାରୀ ଅନୁଦାନ ମିଳିବା, ମନ୍ତେଇ ନଦୀରେ ଜନ୍ତୁଆଳି-ବାଂଶଡା ଠାରେ ସେତୁ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ପଂଚୁଟିକ୍ରୀ ଓ ବାଲିଆପାଳ ନିକଟରେ ତୁରନ୍ତ ସେତୁ ନିର୍ମାଣ କାର୍ଯ୍ୟ କରିବା ଆଦି ଦାବୀ ନେଇ ସିପିଆଇଏମ୍ ଘଣ୍ଟେଶ୍ୱର ବ୍ରାଞ୍ଚ ସମ୍ମିଳନୀ ସ୍ଥାନୀୟ ମନ୍ମଥ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ପ୍ରଧାନ ଶିକ୍ଷକ ବାମଦେବ ମଲ୍ଲିକ ରକ୍ତ ପତାକା ଉତ୍ତୋଳନ କରି ସମ୍ମିଳନୀରେ ସଭାପତିତ୍ୱ କରିôଥଲେ ।

ସିପିଆଇଏମ୍ ଭଦ୍ରକ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଚନ୍ଦ୍ରଶେଖର ନାୟକ, ଜିଲା କମିଟି ସଦସ୍ୟ ବିକାଶ ନାଥ, ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ଘଣ୍ଟେଶ୍ୱର ବ୍ରାଞ୍ଚଳ ସଂପାଦକ ଜୟୀରାମ ଦାସ, ସିପିଆଇଏମ୍ ନେତା ଚକ୍ରଧର ଦାସ, ବ୍ରହ୍ମାନନ୍ଦ ପରିଡା, ଅଭିରାମ ବଳ, ଘନଶ୍ୟାମ ଦାସ, ରମାକାନ୍ତ ଦାସ, ଅଶୋକ ନାୟକ, ନିରଂଜନ ଜେନା, ସନାତନ ନାୟକ, ଭରତ ନାୟକ, ଅଭିମନ୍ୟୁ ସାହୁ, ଇଂ କାହ୍ନୁକିଶୋର ସାହୁ, ମହିଳା ନେତ୍ରୀ ସତ୍ୟଭାମା ସାହୁ, ପଦ୍ମିନୀ ବାରିକ, ବାସନ୍ତୀ ଜେନା ପ୍ରମୁଖ ଯୋଗଦେଇ ଐତିହାସିକ ଚାଷୀ ଆନ୍ଦୋଳନରେ ସାଧାରଣ ଲୋକେ ଝାସ ଦେବାକୁ ନିବେଦନ କରିଥିଲେ । ଆସନ୍ତା ଅକ୍ଟୋବର ୧୯ ରେ ଅନୁଷ୍ଠିତ ହେବାକୁ ଥିବା ସିପିଆଇଏମ୍‌ର ଚାନ୍ଦବାଲି ଆଞ୍ଚଳିକ ସମ୍ମିଳନୀରେ ସିପିଆଇଏମ୍‌ର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ସନ୍ତୋଷ ଦାସ ପ୍ରମୁଖ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଚାଷୀ, ମୂଲିଆ, ମହିଳା, ଯୁବ, ଛାତ୍ର ବହୁସଂଖ୍ୟାରେ ଯୋଗଦେବାକୁ ସିପିଆଇଏମ୍ ନେତୃବୃନ୍ଦ ନିବେଦନ କରିଥିଲେ ।