Odiapua.com

ସିପିଆଇ(ଏମ୍‌)ର ଦୁଇଦିନିଆ ଶିକ୍ଷା ଶିବିର ଉଦ୍‌ଯାପିତ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ସିପିଆଇ(ଏମ୍‌) ର ଶିକ୍ଷା ଶିବିର ଆଜି ଦ୍ୱିତୀୟ ଦିନରେ ଆମ ଦେଶର ଆଜାଦୀ ଆନ୍ଦୋଳନର ମୁଖ୍ୟ ସଂଗ୍ରାମୀ ସୁବାଷ ବୋଷଙ୍କ ଆଜାଦୀ ହିନ୍ଦ୍ ଫୌଜର ଲେଡି କ୍ୟାପେଟନ୍ ମହାନ୍ ସଂଗ୍ରାମୀ ନାରୀନେତ୍ରୀ ଡ. ଲକ୍ଷ୍ମୀ ସୟଗଲଙ୍କ ୧୧ତ୍ମ ମୃତ୍ୟୁ ଦିବସ ପାଳନ କରାଯାଇଥିଲା । ଏଥିରେ ସିପିଆଇ(ଏମ୍‌) ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ସନ୍ତୋଷ ଦାସ, ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ରାଧା ଦାସ, ମଳୟ ଭୋଇ, ସୁରଜିତା ନାୟକ, ବିକାଶ ନାଥ, ଗୟାଧର ସାହୁ, ରମେଶ ଚନ୍ଦ୍ର ସାହୁ, ନାରାୟଣ ଦାସ, ଷ୍ଟାଲିନ ଲେଙ୍କା ପ୍ରମୁଖ ବହୁ ସଂଗ୍ରାମୀ ଲକ୍ଷ୍ମୀ ସୟଗଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନ ଜଣାଇ ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ । ବିଶେଷକରି ଆମ ଦେଶର ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ସୁବାଷ ବୋଷଙ୍କ ଯେଉଁ ଅବଦାନ ରହିଥିଲା ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଜାଦ୍ ହିନ୍ଦୁ ଫୌଜ ଭଳି ଯେଭଳି ରକ୍ତରେ ବୀରତ୍ୱର ଗାଥା ଲେଖିଥିଲେ, ତାହାକୁ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ସ୍ମରଣ କରିଥିଲେ । ଏଥିସହ ଆଜାଦ୍ ହିନ୍ଦୁ ଫୌଜର ମହିଳା କ୍ୟାପେଟନ ନାରୀନେତ୍ରୀ ଡ. ଲକ୍ଷ୍ମୀ ସୟଗଲଙ୍କର ଯେଉଁ ବିଶେଷ ଅବଦାନ ଥିଲା, ତାହାକୁ ବକ୍ତାମାନେ ସୂଚାଇଥିଲେ । ଶେଷରେ ଦେଶର ସମ୍ବିଧାନ, ସଂସଦ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଏକ ହୋଇ ସେହି ମହାନ୍ ସଂଗ୍ରାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଦିବ୍ୟସିଂହ ନାୟକ ଆହ୍ୱାନ ଦେଇଥିଲେ ।