ପାଟଣା ୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମିରିଗିଖୋଜି ପଞ୍ଚାୟତ ଅସନ ବାହାଳି ଗ୍ରାମର ସିନ୍ଦୁରଗୌରୀ କ୍ଲବ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସିନ୍ଦୁରଗୋରୀ ପଡିଆରେ ଉଦଯାପିତ ହୋଇଛି। ଉଦଯାପନି ଦିବସର ଫାଇନାଲ ମ୍ୟାଚ ମାଛଗଡ଼ ଓ ମୂଷାଖୋରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୮ ଦିନ ଧରିଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ମୂଷାଖୋରୀ ଟିମ ୧୫ ଓଭରରେ ୫ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରି ଥିବାବେଳେ ମାଛଗଡ଼ ଟିମ ୧୨ ଓଭର ସବୁ ଉଇକେଟ ହରାଇ ମାତ୍ର ୧୨୮ ରନ କରିଥିଲା। ମୂଷାଖରୀ ଏହି ମ୍ୟାଚରେ ୧୮ ରନ ରେ ବିଜୟୀ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସାମ୍ବାଦିକ କିଶୋର ଚନ୍ଦ୍ର ମହାନ୍ତ ସଂଯୋଜନା କରିଥିବା ବେଳେରେ ମିରିଗିଖୋଜି ସରପଞ୍ଚ ସୁମିତ୍ରା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ମିରିଗିଖୋଜି ସମିତି ସଭ୍ୟା ଧରିତ୍ରୀ ମହାନ୍ତ ଓ ସଂଘର ବରିଷ୍ଠ ସଭ୍ୟ ନିରଞ୍ଜନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କ୍ରିକେଟ ଖେଳକୁ ଭୁବୁନା ମହାନ୍ତ ଓ ପପୁନ ମହାନ୍ତ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ସୁଧୀର ମହାନ୍ତ ଓ କିଶୋର ଚନ୍ଦ୍ର ମହାନ୍ତ ପ୍ରଦାନ କରିଥିଲେ। ଚମ୍ପିୟାନ ଦଳକୁ ଖାସି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅଫ ଦଳକୁ ମେଣ୍ଢା ପ୍ରଦାନ କରାଯାଇଥିଲା। କ୍ରିକେଟ ଖେଳ ପ୍ରରିଚାଳନାରେ ବାବୁଲା ମହାନ୍ତ, ଗଗନ ମହାନ୍ତ, ଭୁବନ ମୁଣ୍ଡା ଓ ଟୁରୁ ଭୂମିଜ ପ୍ରମୁଖ ସହଯୋଗ କରିଥିଲେ।